ପ୍ରକାଶ ପାଇଲା +୨ ବିଜ୍ଞାନ ପରୀକ୍ଷା ଫଳାଫଳ

 

                                                                 ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲାରେ ଉତ୍ତୀର୍ଣ୍ଣ ହାର ୫୪.୪୯ପ୍ରତିଶତ
ବ୍ରହ୍ମପୁର, (ୱାଇଏନ୍ଏସ୍):ବହୁ ପ୍ରତୀକ୍ଷିତ +୨ ବିଜ୍ଞାନ ସ୍ରୋତର ବାର୍ଷିକ ପରୀକ୍ଷା ଫଳାଫଳ ଆଜି ମଧ୍ୟାହ୍ନରେ ପ୍ରକାଶ ପାଇଛି l ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଭୁବନେଶ୍ୱର ସ୍ଥିତ ମୁଖ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ +୨ ବିଜ୍ଞାନ ପରୀକ୍ଷା ଫଳାଫଳ ଘୋଷଣା କରିଥିଲେ l ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ସ୍ରୋତରେ ମୋଟ ୯୭୩୭୭ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ତନ୍ମଧ୍ୟରୁ ୬୮୩୭୪ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି l ରାଜ୍ୟର ଉତ୍ତୀର୍ଣ୍ଣ ହାର ରହିଛି ୭୦.୨୧ ପ୍ରତିଶତ l ୩୮.୩୦ପ୍ରତିଶତ ଛାତ୍ର ଓ ୩୦.୦୭ ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୩୭ ବିଦ୍ୟାର୍ଥୀ ୯0 ପ୍ରତିଶତରୁ ଅଧିକ ନମ୍ବର ରଖି କୃତିତ୍ୱ ଅର୍ଜନ କରିଛନ୍ତି l ପ୍ରଥମ ଶ୍ରେଣୀରେ ୨୫୩୩୯, ଦ୍ଵିତୀୟ ଶ୍ରେଣୀରେ ୨୪୧୨୧, ତୃତୀୟ ଶ୍ରେଣୀରେ ୧୮୨୬୦ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାରେ ସର୍ବୋତ୍ତମ (୮୬.୫୧ ପ୍ରତିଶତ) ଓ ଝାରସୁଗୁଡ଼ା ଜିଲ୍ଲାରେ ସର୍ବନିମ୍ନ (୪୦.୭୧ ପ୍ରତିଶତ) ଫଳାଫଳ ହୋଇଛି l ୨୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ଫଳାଫଳ ହୋଇଥିବା ବେଳେ ୧୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୂନ ପ୍ରତିଶତ ଫଳାଫଳ ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝାଙ୍କ ସୌଜନ୍ୟରୁ ଜଣାପଡ଼ିଛି l
ଦକ୍ଷିଣାଞ୍ଚଳ ଅଧୀନସ୍ଥ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଆଦି ଆଠଟି ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାର ସାମଗ୍ରିକ ଫଳାଫଳ ହାର ରହିଛି ୫୪.୪୯ପ୍ରତିଶତ l ଉପର୍ଯ୍ୟୁକ୍ତ ଆଠଟି ଜିଲ୍ଲାରେ ସର୍ବମୋଟ ୧୯୬୫୨ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୧୯୬୦୮ ଜଣ ପରୀକ୍ଷା ଦେଇଥିଲେ l ଏହି ପରୀକ୍ଷାରେ ଦକ୍ଷିଣାଞ୍ଚଳରେ ମୋଟ ୧୨୩୩୭ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି l ୩୯୧୮ ଜଣ ପ୍ରଥମ ଶ୍ରେଣୀରେ, ୪୨୪୬ ଜଣ ଦ୍ଵିତୀୟ ଶ୍ରେଣୀରେ,୪୦୪୭ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୨୬ ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ୯୭ ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୋଗରେ ଅଭିଯୁକ୍ତ ହୋଇଥିବାରୁ ସେମାନଙ୍କ ଫଳାଫଳ ପ୍ରକାଶ ପାଇ ନଥିବା ଏହି ସୂତ୍ରରୁ ଜଣାପଡ଼ିଛି l
ଗଞ୍ଜାମ ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷା ଦେଇଥିବା ମୋଟ ୧୦୩୨୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୩୯୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି l ୨୭୫୯ ଜଣ ପ୍ରଥମ ଶ୍ରେଣୀ, ୨୬୫୨ଜଣ ଦ୍ଵିତୀୟ ଶ୍ରେଣୀ, ୧୯୧୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୭୧ ଜଣ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟାଲରେ ପାଶ୍ କରିଛନ୍ତି l ଜିଲ୍ଲାରେ ଫଳାଫଳ ହାର ରହିଛି ୭୧.୬୪ ପ୍ରତିଶତ ଏବଂ ୩୫ ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି l
ଗଜପତି ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷା ଦେଇଥିବା ମୋଟ ୧୦୩୧ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୩୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି l ୪୩ ଜଣ ପ୍ରଥମ ଶ୍ରେଣୀ, ୧୧୫ ଜଣ ଦ୍ଵିତୀୟ ଶ୍ରେଣୀ, ୨୭୨ ଜଣ ତୃତୀୟ ଶ୍ରେଣୀ, ୮ ଜଣ କମ୍ପାର୍ଟମେଣ୍ଟାଲରେ କୃତକାର୍ଯ୍ୟ ହୋଇଥିବା ବେଳେ ୫ ଜଣ ମାଲ୍ ପ୍ରାକ୍ଟିସ୍ ହୋଇଛନ୍ତି l ଜିଲ୍ଲାରେ ପାଶ୍ ହାର ରହିଛି ୪୨.୪୮ ପ୍ରତିଶତl
କୋରାପୁଟ ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷା ଦେଇଥିବା ମୋଟ ୨୯୬୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୬୫୩ ଜଣ କୃତକାର୍ଯ୍ୟ ହୋଇଛନ୍ତି l ୫୦୯ ଜଣ ପ୍ରଥମ ଶ୍ରେଣୀ, ୪୯୯ ଜଣ ଦ୍ଵିତୀୟ ଶ୍ରେଣୀ,୬୩୭ ଜଣ ତୃତୀୟ ଶ୍ରେଣୀ, ୮ଜଣ କମ୍ପାର୍ଟମେଣ୍ଟାଲରେ ପାଶ୍ କରିଥିବା ବେଳେ ୪୫ ଜଣ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି l ଜିଲ୍ଲାରେ ପାଶ୍ ହାର ରହିଛି ୫୫.୭୬ ପ୍ରତିଶତ l
ମାଲକାନଗିରି ଜିଲ୍ଲାରେ ବିଜ୍ଞାନ ସ୍ରୋତରେ ପରୀକ୍ଷା ଦେଇଥିବା ମୋଟ ୧୦୪୯ ଜଣଙ୍କ ମଧ୍ୟରୁ ୬୨୨ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି l ୧୩୬ ଜଣ ପ୍ରଥମ ଶ୍ରେଣୀ, ୨୦୯ ଜଣ ଦ୍ଵିତୀୟ ଶ୍ରେଣୀ, ୨୭୧ ଜଣ ତୃତୀୟ ଶ୍ରେଣୀ,୬ ଜଣ କମ୍ପାର୍ଟମେଣ୍ଟାଲରେ ପାଶ୍ ହୋଇଥିବା ବେଳେ ୩ ଜଣ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି l ଜିଲ୍ଲାରେ ପାଶ୍ ହାର ରହିଛି ୫୯.୨୯ ପ୍ରତିଶତ l
ନବରଙ୍ଗପୁର ଜିଲ୍ଲାରେ ବିଜ୍ଞାନ ପରୀକ୍ଷା ଦେଇଥିବା ୧୪୭୫ ଜଣଙ୍କ ମଧ୍ୟରୁ ୩୪୩ ଜଣ ତୃତୀୟ ଓ ୧୮ ଜଣ କମ୍ପାର୍ଟମେଣ୍ଟାଲରେ ପାଶ୍ ହୋଇଥିବା ବେଳେ ୪ ଜଣ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି l ଜିଲ୍ଲାରେ ଉତ୍ତୀର୍ଣ୍ଣ ଶତାଂଶ ରହିଛି ୪୭.୯୩ ପ୍ରତିଶତ l
ରାୟଗଡ଼ା ଜିଲ୍ଲାରେ ବିଜ୍ଞାନ ପରୀକ୍ଷା ଦେଇଥିବା ୧୯୫୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୧୬୩ ଜଣ କୃତକାର୍ଯ୍ୟ ହୋଇଛନ୍ତି l୨୮୦ ଜଣ ପ୍ରଥମ, ୪୨୧ ଜଣ ଦ୍ଵିତୀୟ, ୪୪୭ଜଣ ତୃତୀୟ ଓ ୧୫ ଜଣ କମ୍ପାର୍ଟମେଣ୍ଟାଲରେ ପାଶ୍ କରିଥିବା ବେଳେ ଜଣେ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି l ଜିଲ୍ଲାରେ ପାଶ୍ ହାର ରହିଛି ୫୯.୫୪ ପ୍ରତିଶତ l
ବୌଦ୍ଧ ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷା ଦେଇଥିବା ୧୫୭ ପାରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୨ ଜଣ କୃତକାର୍ଯ୍ୟ ହୋଇଛନ୍ତି l ୧୩ ଜଣ ପ୍ରଥମ ଶ୍ରେଣୀରେ, ୪୦ଜଣ ଦ୍ଵିତୀୟ ଶ୍ରେଣୀରେ, ୩୯ ଜଣ ତୃତୀୟ ଶ୍ରେଣୀରେ ପାଶ୍ ହୋଇଥିବା ବେଳେ ଜଣେ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି l ଜିଲ୍ଲାରେ ଉତ୍ତୀର୍ଣ୍ଣ ହାର ରହିଛି ୫୮.୫୯ ପ୍ରତିଶତ l
ସେହିପରି କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ +୨ ବିଜ୍ଞାନ ପରୀକ୍ଷା ଦେଇଥିବା ମୋଟ ୬୫୮ଜଣଙ୍କ ମଧ୍ୟରୁ ୨୬୮ ଜଣ କୃତକାର୍ଯ୍ୟ ହୋଇଛନ୍ତି l ୫୩ ଜଣ ପ୍ରଥମ, ୮୯ ଜଣ ଦ୍ଵିତୀୟ, ୧୨୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩ ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି l
ଚଳିତ ବର୍ଷ +୨ ବିଜ୍ଞାନ ପରୀକ୍ଷାରେ ଗଞ୍ଜାମ ଜିଲ୍ଲାର ପ୍ରଦର୍ଶନ ରାଜ୍ୟ ହାର ଠାରୁ ମଧ୍ୟ ଅଧିକ ରହିଛି l ରାଜ୍ୟରେ +୨ ବିଜ୍ଞାନ ପରୀକ୍ଷା ଫଳାଫଳ ହାର ୭୦.୨୧ % ଥିବା ବେଳେ ଗଞ୍ଜାମରେ ରହିଛି ୭୧.୬୪ % l ସେହିପରି ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲା ମଧ୍ୟରୁ ଗଞ୍ଜାମ ଜିଲ୍ଲା ସର୍ବାଗ୍ରେ ରହିଥିବା ଉପସଚିବ ଡ.ଓଝା ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ