ପ୍ରଚାର ଗାଡି ସହିତ ଦଳୀୟ କାର୍ଯ୍ୟାଳୟକୁ ଉଦଘାଟନ କଲେ

ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ସମସ୍ତ ପ୍ରାର୍ଥୀ ମାନେ ଘରକୁ ଘର ବୁଲି ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିସାରିଲେଣି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଛତ୍ରପୁର ବ୍ଲକର ୨୦ ନମ୍ବର ଜୋନ୍ ର ବିଜେଡି ପ୍ରାର୍ଥୀ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ ଧନଞ୍ଜୟ ରେଡ୍ଡିଙ୍କ ପ୍ରଚାର ଗାଡିକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଶୁଭାରମ୍ଭ କରିଛନ୍ତି । ଛତ୍ରପୁର ନିକଟ ଜାତୀୟ ରାଜପଥ ପାଶ୍ୱର୍ରେ ବିଜେଡିର ଦଳୀୟ କାର୍ଯ୍ୟାଳୟକୁ ବିଧାୟକ ଶ୍ରୀ ବେହେରା ରିବନ କାଟି ଉଦଘାଟନ କରିବା ସହିତ ଏହି ପ୍ରଚାର ଗାଡିକୁ ମଧ୍ୟ ବିଧାୟକ ଶ୍ରୀ ବେହେରା ଶୁଭାରମ୍ଭ କରିଥିଲେ । ଚଳିତ ନିର୍ବାଚନ ରେ କରୋନା ଗାଇଡ ଲାଇନ ପାଳନ କରିବା ସହ ଡିଜିଟାଲ ମାଧ୍ୟମରେ ପ୍ରଚାରକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହିକୁ ଦୃଷ୍ଟିରେ ରଖି ବିଜେଡି ପକ୍ଷରୁ ୨୦ ନଂ ଜୋନ ପାଇଁ ଏକ ପ୍ରଚାର ଗାଡିର ଶୁଭାରମ୍ଭ କରିବା ସହ ଏହି ଗାଡି ଏହି ଜୋନ ଅଧିନରେ ଥିବା ଅଗସ୍ତି ନୂଆଗାଁ, କଣମଣା, କାଳିପଲ୍ଲୀ, ଚିକଲଖଣ୍ଡି, ପୋଡାପଦର ଓ ଆର୍ଯ୍ୟପଲ୍ଲୀ ପଚାଂୟତ ବିଭିନ୍ନ ଗ୍ରାମରେ ବୁଲି ଡିଜିଟାଲ ମଧ୍ୟମରେ ପ୍ରଚାର କରିବ ବୋଲି ବିଧାୟକ ମତପୋଷଣ କରିବା ସହ ୨୦ ନଂ ବିଜେଡି ପ୍ରାର୍ଥୀ ଏମ୍ ଧନଞ୍ଜୟ ରେଡ୍ଡିଙ୍କୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀଲାଭ କରିବେ ବୋଲି କହିଥିଲେ । ଏହି ଡିଜିଟାଲ ପ୍ରଚାର ଗାଡିର ଶୁଭାରମ୍ଭ ବେଳେ ୨୦ ନଂ ଜୋନର ବିଜେଡି ପ୍ରାର୍ଥି ଏମ୍ ଧନଞ୍ଜୟ ରେଡ୍ଡିଙ୍କ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ । ଏହି ଜୋନ୍ ଅଧିନରେ ୩୭୯୮୯ ଜଣ ଭୋଟର ରହିଥିବା ବେଳେ ଏହି ଜୋନ ନିମନ୍ତେ ୭ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ