ମାଷ୍ଟର ଟ୍ରେନର୍ ମାନଙ୍କୁ ତାଲିମ୍ ପ୍ରଦାନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ଆସନ୍ତା ପଞ୍ଚାୟତ ସାଧାରଣ ନିର୍ବାଚନ -୨୦୨୨ ନିମନ୍ତେ ମଙ୍ଗଳବାର ପୂର୍ବାହ୍ନରେ ଓସ୍ୱାନ୍ ହଲ୍ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାଷ୍ଟର ଟ୍ରେନର୍ ମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା  । ଜିଲ୍ଲାର  ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଅତିରିକ୍ତ ତହସିଲଦାର, ଉପଜିଲ୍ଲାପାଳ ଏବଂ ପଞ୍ଚାୟତର ଏସ୍.ଡି.ପି.ଓ ଗଣ ତାଲିମ୍ ନେଇଥିଲେ  । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପୋଲିଂ ଅଫିସର ମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ଗ୍ରାମ ପଞ୍ଚାୟତର ନିୟମ ଓ ପ୍ରିଜାଇଡିଂ ଅଫିସର ହ୍ୟାଣ୍ଡବୁକ୍ ଅନୁସାରେ ନିର୍ବାଚନ କାର୍ଯ୍ୟକୁ ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ  । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ସମସ୍ତ ତାଲିମ୍ କାର୍ଯ୍ୟକ୍ରମ ଓ ପୋଲିଂ କାର୍ଯ୍ୟକ୍ରମ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା  । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ପ୍ରିୟରଞ୍ଜନ ପୃଷ୍ଟି ସମସ୍ତ ମାଷ୍ଟର ଟ୍ରେନର୍ ମାନଙ୍କୁ ପୋଲିଂ ଅଫିସର ମାନଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ ବିଷୟରେ ବିଷଦ୍ ଭାବରେ ତାଲିମ୍ ଦେଇଥିଲେ  । ଏହି ମାଷ୍ଟର ଟ୍ରେନର୍ ମାନେ ଆସନ୍ତା ତା.୦୨.୦୨.୨୦୨୨, ୦୮.୦୨.୨୦୨୨ ଓ ତା.୦୯.୦୨.୨୦୨୨ରିଖ ଦିନ ସଂପୃକ୍ତ ବ୍ଲକ୍ ହେଡକ୍ବାର୍ଟର ଓ ବ୍ରହ୍ମପୁର ଠାରେ ପୋଲିଂ ଅଫିସର ମାନଙ୍କୁ ତାଲିମ୍ ଦେବେ  । ଏହି ତାଲିମ୍ କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚନ୍ଦ୍ର ଚୌଧୁରୀ, ସମସ୍ତ ନୋଡାଲ୍ ଅଫିସର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଗୁରୁଭା ସିଂ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗଞ୍ଜାମ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବ୍ରହ୍ମପୁର ଉପସ୍ଥିତ ଥିଲେ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ