ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଏମ୍. କେ କ୍ଳାସେସ୍ ରେ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ବହଳଦା କଲେଜ ନିକଟବର୍ତ୍ତୀ ନିମଡିହି ଗ୍ରାମରେ ଥିବା ଜଣାଶୁଣା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏମ.କେ କ୍ଲାସେସ(ମା କିଚକେଶ୍ବରୀ କ୍ଳାସେସ୍) କୋଚିଂ ସେଣ୍ଟର ପରିସରରେ ୭୭ତମ ସ୍ବାଧୀନତା ଦିବସ ଖୁବ୍ ଧୁମଧାମରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବର ଅବସର ପ୍ରାପ୍ତ ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ କାହ୍ନୁ ଚରଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସମାଜସେବୀ ଶ୍ରୀମାନ୍ ଜାନକୀ ବଲ୍ଲଭ ପତି ମହୋଦୟ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସ୍ବାଧୀନତା ଦିବସର ମହ୍ବତ୍ତ ବିଷୟ ପ୍ରେରଣାଦାୟୀ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଓଡ଼ିଶା ସଚିବାଳୟରେ କାର୍ଯ୍ୟରତ ଶ୍ରୀଯୁକ୍ତ ମଳୟ କୁମାର ଦାଶ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କୁ ନିଜ ଅନ୍ତର୍ନିହିତ ପ୍ରତିଭା ବିକାଶ ନିମନ୍ତେ ଉପଦେଶ ଦେଇଥିଲେ। ଉକ୍ତ ଅବସରରେ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ଅନ୍ବେଷଣ କରିବା ଉଦ୍ଦେଶ୍ୟରେ ବକ୍ତୃତା ପ୍ରତିଯୋଗିତା, ସଙ୍ଗୀତ ପ୍ରତିଯୋଗିତା, ନୃତ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏମ୍.କେ. କ୍ଳାସେସ୍ ର ପରିଚାଳନା ନିର୍ଦ୍ଦେଶକ ମାନସ କୁମାର ଦାଶ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନୁଷ୍ଠାନର ଅଧ୍ୟାପକ ଶିଖର ମୁର୍ମୁ, ରାଧା ରଞ୍ଜନ ମହାପାତ୍ର, ଶିକ୍ଷକ ଜଗତ ସେଠି,ଅଭିଷେକ ବାରିକ,ରହିତ ବାରିକ ,ଶିକ୍ଷୟିତ୍ରୀ ଏସ୍. ନାୟକ, ଅଭିଲିପ୍ସା ଗିରି, ଦୀପିକା ମଣ୍ଡଳ ପ୍ରଭୃତି ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ। ଆଜିର ଦିନକୁ ସ୍ମରଣୀୟ କରିବା ପାଇଁ ଅନୁଷ୍ଠାନ ତରଫରୁ ଅତିଥିମାନଙ୍କ କରକମଳରେ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ଗୋଟିଏ ଲେଖାଏଁ ବ୍ୟାଗ୍ ପ୍ରଦାନ କରାଯାଇଥିଲା। କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ସଭା କାର୍ଯ୍ୟ ଶେଷରେ କବୀର ଦାଶ ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବାଣ୍ଟି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନୁଷ୍ଠାନ ଏଭଳି କାର୍ଯ୍ୟକ୍ରମ ସବୁବେଳେ କରୁଥିବାରୁ ଅଭିଭାବକ ମହଲରେ ସଦା ପ୍ରସଂଶିତ ହୋଇଆସୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ