ପ୍ରତିମୃତି ଓ ସ୍ମରଣୀକା ଉନ୍ମୋଚନ ପାଇଁ ପ୍ରସ୍ତୁତି ବୈଠକ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ) :ନାଉଗାଁ ବ୍ଳକସ୍ଥିତ ଅଲଣାହାଟ ହାଇସ୍କୁଲ ପ୍ରାଙ୍ଗଣରେ ସ୍ୱର୍ଗତଃ ଧୂଳେଶ୍ୱର ସ୍ୱାଇଁ ସ୍ମୃତି କମିଟି ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି ସଭାପତି ଅନୁପ ବିଶୋଇଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସ୍ୱର୍ଗତ ସ୍ୱାଇଁଙ୍କର ପ୍ରତିମୃତି ଓ ସ୍ମରଣୀକା ଉନ୍ମୋଚନ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ନଭେମ୍ବର ୪ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ.ଅରୁଣ ସାହୁ, ଲୋକସଭା ସାଂସଦ ରାଜଶ୍ରୀ ମଲ୍ଲିକ ଓ ବିଧାୟକ ପ୍ରଶାନ୍ତ ମୁଦୁଲି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟିର ଆବାହାକ ଯୁଧିଷ୍ଟିର ସାହୁ ସୂଚନା ଦେଇଛନ୍ତି ।