ପ୍ରଦର୍ଶନୀରେ ଉନ୍ନତମାନର ଭାଗନେବା ସମ୍ବନ୍ଧରେ ଓରମାସ ପକ୍ଷରୁ କର୍ମଶାଳା ଅନୁଷ୍ଠିତ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଓରମାସର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ବିଶ୍ୱାଳଙ୍କ ସଂଯୋଜନାରେ ବିପଣନ ଗୋଷ୍ଠୀମାନଙ୍କର ପ୍ରଦର୍ଶନୀରେ ଉନ୍ନତ ମାନର ଭାଗନେବା ସମ୍ବନ୍ଧରେ ଏକ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲେଶ୍ୱର ଜିଲ୍ଲାର ୧୨ ଗୋଟି ବ୍ଲକର ୪୩ ଗୋଟି ବପଣନ ଗୋଷ୍ଠୀର ସଭ୍ୟ ଓ ସଭ୍ୟାମାନେ ଅଂଶଗ୍ରହଣ କରିବା ସହିତ ସେମାନଙ୍କ ଉତ୍ପାଦିତ ସାମଗ୍ରୀଗୁଡିକ ପ୍ରଦର୍ଶନ କରିଥିଲେ । ଏଥିରେ ଭୋଗରାଇରୁ ଗୁଆପତ୍ର ଥାଳି, ଔପଦାର ଟେରାକୁଟା, ନୀଳଗିରିର ଲାଖ, ଜଳେଶ୍ୱରର ଟସର, ବାଲିଆପାଳର ସବାଇ, ସଦର ବ୍ଲକର ରେଶମ ସୂତା ସାମଗ୍ରୀ ଇତ୍ୟାଦି ସୁନ୍ଦର କାରିଗରୀ ଜିନିଷ ପ୍ରଦର୍ଶିତ ହୋଇଥିଲା । ଏହି କର୍ମଶାଳାର ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନା, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ, ଅଗ୍ରଣୀ ବ୍ୟାଙ୍କ ପରିଚାଳକ, ନାବାର୍ଡ, ନିର୍ଦ୍ଦେଶକ ଆର.ସେଟି, ଓରମାସ ଯୁଗ୍ମ ମୁଖ୍ୟ କାର୍ଯ୍ୟ ନିର୍ବାହୀ ସୁଜୟ କର ପ୍ରମୁଖ ଭାଗ ନେଇ ଏପରି ଆୟୋଜନକୁ ଅତ୍ୟନ୍ତ ପ୍ରଶଂସା କରିବା ସହିତ ବିପଣନ ଗୋଷ୍ଠୀମାନଙ୍କୁ ସେମାନଙ୍କର ଉତ୍ତରତର ଉନ୍ନତି ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ । ଏହି ଅବସରରେ ଓରମାସ ବାଲେଶ୍ୱର ତରଫରୁ ପ୍ରଥମ କରି ବାଲେଶ୍ୱର ଜିଲ୍ଲାରେ ହେଉଥିବା ଉତ୍ପାଦକ ଗୋଷ୍ଠୀଙ୍କ ଦ୍ରବ୍ୟ ଓ ଡି.ଡି.ୟୁ-ଜି.କେୱାଇ ତାଲିମ ପ୍ରତିଷ୍ଠାନମାନଙ୍କ ସହିତ ପନିପରିବା ଓ ସାନିଟାରୀ ନାପକିନ ବ୍ୟବସାୟୀକ ସଂଯୋଗୀକରଣର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ