ପ୍ରଦୂଷଣ ପ୍ରଭାବ ରୋକିବ ଗୁଡ଼

ପ୍ରଦୂଷଣ ପ୍ରଭାବ ରୋକିବ ଗୁଡ଼ଦୂଷଣ ଯୋଗୁ ଲାକେ ଆଜ୍ମା, ବ୍ରୋଙ୍କାଇଟ୍ସ ଏବଂ ଶିଶୁଙ୍କ ମଧ୍ୟରେ ନିମୋନିଆ ଆଶଙ୍କା ବଢ଼ିବାରେ ଲାଗିଛି । ଆଗକୁ ଏହି ପ୍ରଦୂଷଣ ସ୍ତର ବୃଦ୍ଧିପାଇବ ବୋଲି ଜଣାପଡ଼ିଛି । ତେବେ ଗୁଡ଼ ସେବନ ଦ୍ୱାରା ଏହି ସମସ୍ୟାରୁ କିଛି ପରିମାଣରେ ରକ୍ଷାପାଇପାରିବେ । ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି । ଗବେଷଣା ଅନୁସାରେ, ଧୂଳି ଏବଂ ଧୂଆଁରେ କାମ କରୁଥିବା ଶ୍ରମିକ ଦୈନନ୍ଦିନ ଗୁଡ଼ ସେବନ କରିଥାନ୍ତି । ଫଳରେ ପ୍ରଦୂଷଣ ଯୋଗୁ ଦେଖାଦେଉଥିବା ରୋଗର ସମ୍ଭାବନା ସେମାନଙ୍କଠାରେ କମ୍ ଥାଏ । ପ୍ରକୃତରେ ଗୁଡ଼ ପ୍ରାକୃତିକ ରୂପରେ ଶରୀରରେ ଟକ୍ସିନ୍କୁ ନିଷ୍କାସିତ କରିବାରେ ସାହାଯ୍ୟ କରିଥାଏ । କାହିଁ କେଉଁ କାଳରୁ ଗୁଡ଼ ଭାରତୀୟଙ୍କ ଖାଦ୍ୟ ତାଲିକାର ଏକ ଅଂଶ ପାଲଟିଆସିଛି । ଆଜି ବି ଅନେକ ଲୋକ ଖାଇବାରେ ଗୁଡ଼କୁ ପ୍ରାଧାନ୍ୟ ଦେଉଛନ୍ତି । କାରଣ ଏହା ପାଚନକ୍ରିୟାକୁ ସୁସ୍ଥ ରଖିଥାଏ । ଶରୀରର ମେଟାବଲିଜିମ୍ ସ୍ତରକୁ ମଧ୍ୟ ସୁଦୃଢ଼ ରଖିଥାଏ । ଏଥିରେ ଆଣ୍ଟି ଆଲର୍ଜିକ୍ ଗୁଣ ଥିବାରୁ ଆଜ୍ମା ରୋଗୀଙ୍କ ପାଇଁ ବେଶ୍ ଭଲ ମହୌଷଧି ଭାବେ ବିବେଚିତ ହୋଇଥାଏ । ପ୍ରଦୂଷଣ ଯୋଗୁ ସବୁଠୁ ଅଧିକ କଷ୍ଟ ନିଃଶ୍ୱାସ ନେବାରେ ହୋଇଥାଏ । ବିଷାକ୍ତ ପବନ କାରଣରୁ ପିଲାଠୁ ବୁଢ଼ା ସଭିଁଙ୍କ ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହେବାରେ ଲାଗିଛି । ଗବେଷଣାରେ ଗୁଡ଼କୁ ଏ ସମସ୍ତ ସମସ୍ୟାରୁ ରକ୍ଷା ପାଇବାର ସଫଳ ନିଦାନ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ