ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସକୁ ବେରୋଜଗାର ଦିବସ ଭାବେ ପାଳନ କଲା ହିଞ୍ଜିଳି ଯୁବ କଂଗେସ: ବୁଟ୍ ପଲିସି କରି ଅଭିନବ ପ୍ରତିବାଦ ଜଣାଇଲେ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଜିଙ୍କ ଜନ୍ମ ଦିବସକୁ ହିଞ୍ଜିଳି ଯୁବ କଂଗେସ ବେରୋଜଗାର ଦିବସ ଭାବେ ପାଳନ କରିଛି । ବୁଟ୍ ପଲିସି କରି ଅଭିନବ ଉପାୟରେ ପ୍ରତିବାଦ ଜଣାଇଛି । ଯୁବ କଂଗ୍ରେସ କର୍ମୀ କହ୍ନେୟାଲାଲ ସାବତଙ୍କ ନେତୃତ୍ୱରେ ବହୁ ଯୁବ କଂଗ୍ରେସ କର୍ମୀ ସ୍ଥାନୀୟ ପୌରାଞ୍ଚଳ ଆରଏମସି ଛକ ଠାରୁ ଏକ ଶେଭାଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପ୍ଳାକାର୍ଡ଼ ଧରି ନାରାବାଜି ଦେଇଥିଲେ । ପରିବା ବଜାର ସ୍ଥିତ ଇନ୍ଧିରାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି କେନ୍ଦ୍ର ସରକାରଙ୍କ ଅପାରଗତା ନେଇ ମତବ୍ୟକ୍ତ କରିଥିଲେ । ପରେ ଅଭିନବ ଉପାୟ ଭାବେ ବୁଟ୍ ପଲିସି କରି ପ୍ରତିବାଦ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ନଗର ସଭାପତି ସୁନାରାମ ସାବତ, ଜଗନ୍ନାଥ ଗଉଡ, ମନୋଜ କୁମାର ଗଉଡ, ପବିତ୍ର ସେଠି, ରାଜେଶ ସେଠି, ଶ୍ରୀକାନ୍ତ ବିଶ୍ୱାଳ, ପ୍ରବୀଣ, ବିିକ୍ରମଙ୍କ ସମେତ ବହୁ ଯୁବ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ