ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ପକ୍କାଘର

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଚଳିତ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବନ୍ତ ବ୍ଲକର ମୋଟ ୩୧୯୦ ଜଣ ହିତାଧିକାରୀଙ୍କୁ ପକ୍କାଘର ମିଳିବ ବୋଲି ବ୍ଳକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । । ପ୍ରକାଶ ଯେ, ବନ୍ତ ବ୍ଲକରେ ୧୮୩୪ ଜଣ ଏସ୍.ସି, ୫୫୭ ଜଣ ଏସ୍.ଟି ଓ ୪୭୭୪ ଜଣ ଓ.ସିକୁ ମିଶାଇ ମୋଟ ୭୧୬୫ ଜଣ ହିତାଧିକାରୀ ଏହି ଯୋଜନାରେ ପକ୍କାଘର ପାଇବାକୁ ଅଛନ୍ତି । ସେମାନଙ୍କ ମଧ୍ୟରୁ ଚଳିତ ଆର୍ଥିକ ବର୍ଷରେ ୮୩୫ ଜଣ ଏସ୍.ସି, ୫୫୭ ଜଣ ଏସ୍.ଟି ଓ ୧୭୯୮ ଜଣ ଓ.ସିକୁ ମିଶାଇ ମୋଟ ୩୧୯୦ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ପକ୍କାଘର ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟାର୍ଗେଟ ଦିଆଯାଇଛି । ସେହି ଅନୁସାରେ ଆଡିଆ ୧୩୪, ଅଣିଜୋ ୭୮, ବଡବର୍ଚ୍ଚିକୟାଁ ୧୨୯, ବିଟିପୁର ୧୦୬, ବଡମହିଷଗୋଠ ୭୩, ବସନ୍ତିଆ ୯୫, ବନ୍ତ ୧୯୪, ଚାରିଗାଁ ୮୩, ଛୟାଳସିଂ ୨୯, ଗଣିଜାଙ୍ଗ ୧୬୫, ଗୋପିନାଥପୁର ୩୯୬, ଗୋବିନ୍ଦପୁର ୧୭୨, କାଦବରାଙ୍ଗ ୧୩୩, କେନ୍ଦୁଆପଦା ୧୨୫, ମହାନ୍ତିପଡା ୫୦, ନିଳୋକ ୧୨୪, ଓଡଙ୍ଗ ୧୬୧, ପଧାନପଡା ୧୫୭, ପୁରୁଷଣ୍ଢ ୯୨, ରାମଚନ୍ଦ୍ରପୁର ୯୬, ରାମକୃଷ୍ଣପୁର ୫୨, ରାମପୁର ୧୧୪, ସେଣ୍ଢତୀରା ୧୪୫, ଟିଲୋ ୨୬୭, ତୋଡଗାଁ ୨୦ ଜଣ ହିତାଧିକାରୀଙ୍କୁ ପକ୍କାଘର ମିଳିବ ବୋଲି ଚିଠିରେ ଉଲ୍ଲେଖ ଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ