ରଘୁନାଥପୁର ଆବାସିକ ଛାତ୍ରବାସର ଚତୁର୍ଥ ସମନ୍ୱୟ ବୈଠକ

ଛତ୍ରପୁର,୨୧ା୬ : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା ଛତ୍ରପୁର ବ୍ଲକ ସ୍ଥିତ ରଘୁନାଥପୁର ୟୁପିଏସ୍ ଆବାସିକ ଛାତ୍ରବାସର ଚୁତୁର୍ଥ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଛାତ୍ରବାସର ବିଭିନ୍ନ ଆନୁଷଙ୍ଗିକ ସୁବିଧା ସଂକ୍ରାନ୍ତରେ ଗୁରୁତ୍ୱାରୋପ ଆଲୋଚନା କରିଛନ୍ତି । ମାସରେ ଦୁଇଥର ସ୍ୱାସ୍ଥ୍ୟ ଟିମ୍ ଛାତ୍ରବାସକୁ ପରିଦର୍ଶନ କରି ସେଠାରେ ରହିଥିବା ଛାତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ପ୍ରତ୍ୟେକ ପିଲାର ସ୍ୱାସ୍ଥ୍ୟ କାର୍ଡ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଛାତ୍ରବାସରେ କିପରି ଅଧିକାରୁ ଅଧିକା ପିଲା ଥଇଥାନ ହେବେ ସେଥିପ୍ରତି ଚାଇଲଡ୍ ଲାଇନ୍, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ସିଡବ୍ଲୁସି ଧ୍ୟାନ ଦେବାକୁ କୁହାଯାଇଛି । ସେହିପରି ନିଜ ଅଞ୍ଚଳରେ ଶିଶୁ ଶ୍ରମିକ କିମ୍ବା ଶିଶୁ ଭିକ୍ଷୁକ କିମ୍ବା ଅନାଥ ଅସହାୟ ଶିଶୁ ଦୃଷ୍ଟି ଆସିଲେ ସେମାନଙ୍କୁ ମଧ୍ୟ ଏହି ଛାତ୍ରବାସରେ ଥଇଥାନ କରିବା ପାଇଁ ବିଡିଓ ଓ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ଅବଗତ କରାଯିବ । ଛାତ୍ରବାସର ପରିପାଶ୍ୱର୍ର ବାକି ରହିଥିବା ବିଭିନ୍ନ ଆନୁଷଙ୍ଗିକ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ତୁରନ୍ତ ଅନୁଧ୍ୟାନ କରି ସମାଧାନ କରିବାକୁ ଜିଲ୍ଲାପାଳ କହିଛନ୍ତି । ଏନେଇ ଆସନ୍ତା ୨୫ ତାରିଖରେ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୁଗ୍ମଭାବେ ଅନୁଧ୍ୟାନ କରି ଯେଉଁ ସମସ୍ତ ସମସ୍ୟା ଗୁଡିକ ରହିଛି ସେଗୁଡିକୁ ତୁରନ୍ତ ସମାଧାନ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ମୁଖ୍ୟତଃ ଏହି ଛାତ୍ରବାସର ଧାର୍ଯ୍ୟ ୫୦ ପିଲାଙ୍କ ନିମନ୍ତେ ସୁବିଧା ରହିଥିବା ବେଳେ ଏବେ ୨ ୮ ଜଣ ପିଲା ରହିଛନ୍ତି । ସେମାନଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟର ଉନ୍ନତମାନର, ପାନୀୟ ଜଳ, ବେଡ୍, ମଶାରୀ ଏବଂ ଅନ୍ୟାନ୍ୟ ବିଷୟ ଉପରେ ତଦାରଖ କରାଯିବ । ବର୍ତ୍ତମାନ ଛାତ୍ରବାସର ଦୁଇଟି ରୁମ୍ ରହିଛି । ବାକି ଦୁଇଟି ରୁମ୍ର ନିର୍ମାଣଧୀନ ଅବସ୍ଥାରେ ରହିଛି । ସେହିପରି ୫ ଟି ପାଇଖାନା, ୩ ଟି ପରିଶ୍ରାଗାର, ୯ ଜଣ ଷ୍ଟାପ୍ ଦାୟିତ୍ୱରେ ଅଛନ୍ତି । ଅପ୍ରିଲ ୨୪ ତାରିଖରେ ସିଡବ୍ଲୁସିର ଏକ ଟିମ୍ ଛାତ୍ରବାସକୁ ପରିଦର୍ଶନରେ ଗ୍ରସ୍ତ କରିଥିବା ବେଳେ ଛାତ୍ରବାସର ବିଭିନ୍ନ ସମସ୍ୟା ଗୁଡିକୁ ଜିଲ୍ଲାପାଳଙ୍କ ଠାରେ ଉପସ୍ଥାପନା କରିଥିଲେ । ଏହା ଉପରେ ନିଜେ ଜିଲ୍ଲାପାଳ ପରିଦର୍ଶନ କରି ଉକ୍ତ ସମସ୍ୟା ପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦେବବ୍ରତ ସାହୁ, ଜିଲ୍ଲା ଶିକ୍ଷାଧିକାରୀ ଡ.ସନାତନ ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତି, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜଗଦୀଶ ପଟ୍ଟନାୟକ, ସିଡବ୍ଲୁସିର ହରିହର ପାଢୀ, ଛାତ୍ରବାସର ପ୍ରଧାନଶିକ୍ଷକ ବିଘ୍ନେଶ୍ୱର ପଣ୍ଡା, ଚାଇଲଡ୍ ଲାଇନ୍ର ପ୍ରଭୁ ପ୍ରସାଦ ପାତ୍ର, ଛତ୍ରପୁର ବିଇଓ ଅବିନାଶ ଶତପଥୀ, ସର୍ବଶିକ୍ଷା ଅଭିଯାନ ଅର୍ଥ ପରାମର୍ଶଦାତା ମଧୁସୂଦନ ପରିଡା, ଜିଲ୍ଲା ପ୍ରୋଗ୍ରାମ ସଂଯୋଜିକା ସାବିତ୍ରୀବାଳା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ