ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ସମ୍ପର୍କିତ ମିଳିତ ଜିଲ୍ଲାସ୍ତରୀୟ କର୍ମଶାଳା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ତାଲିମ କେନ୍ଦ୍ର ଠାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ସମ୍ପର୍କିତ ମିଳିତ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଭାରତ ସରକାରଙ୍କ ଜାତୀୟ ସମବାୟ ବିକାଶ ନିଗମ ଏବଂ ମତ୍ସ୍ୟ ବିଭାଗର ମିଳିତ ଜିଲ୍ଲାସ୍ତରୀୟ ସଚେତନତା ଏବଂ ତାଲିମକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଏଆରସିଏସର ହରିହର ସେଠୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୌଳାସ ଚନ୍ଦ୍ର ବେହେରା, ଆଞ୍ଚଳିକ ନିର୍ଦ୍ଦେଶକ ଏସ୍. ଯାଦବ,ଉପଦେଷ୍ଟା ପ୍ରତାପ କୁମାର ଷଡଙ୍ଗୀ ପ୍ରମୁଖ ମଞ୍ଚାସୀନଥିଲେ | ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଚାଷୀ, ସ୍ବୟଂ ସହାୟକ ଗୋଷ୍ଠୀର ମାଆମାନେସମବାୟ ସମିତିର ସମ୍ପାଦକମାନେ ଉପସ୍ଥିତ ରହି ତାଲିମ ନେବା ସହ ସେମାନଙ୍କୁସେଚନତାକରାଯାଇଥିଲା | ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଆଲୋଚନାରେ ଅଂଶ ଗ୍ରହଣ କରି ନିଜର ଅନୁଭୂତିଓ ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ | ଏହା ସହ ଜିଲ୍ଲାରେ ମତ୍ସ୍ୟ ଚାଷର ବିକାଶ କିପରି ହୋଇପାରିବତାହା ମଞ୍ଚାସୀନ ଅତିଥିମାନେବୁଝାଇଥିଲେ | ପିରଶେଷରେ କାର୍ଯ୍ୟକ୍ରମର ଉପଦେଷ୍ଟା ପ୍ରତାପ କୁମାର ଷଡଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିବା ବେଳେ କର୍ମଶାଳାରେ ଯୋଗଦେଇଥିବା ମହିଳାଗୋଷ୍ଠୀର ସଦସ୍ୟାମାନେ ମତ୍ସ୍ୟଚାଷ ସମ୍ପର୍କରେ ସଚେତନତା ଓ ଅବଗତ ହୋଇଥିବାରୁ ଜିଲ୍ଲାମତ୍ସ୍ୟ ବିଭାଗକୁ କୃତଜ୍ଞତା ଜ୍ଞାପନ କରିଥିଲେ |


