ଚୋରା ପଥର ବଝୋଇ ଟ୍ରକ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ତହସିଲ ପକ୍ଷରୁ ଚୋରା ପଥର ବଝୋଇ ଟ୍ରକକୁ ଜବତ କରି ଆଦର୍ଶ ଥାନାର ଜିମାରେ ଦେଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ,  ବିଳମ୍ବିତ ରାତ୍ର ସମୟରେ ଓଡି ୨୦ ବି ୭୪୨୬ ନମ୍ବର ବିଶିଷ୍ଟ ଏକ ଟ୍ରଲର ଟ୍ରକରେ ଚୋରାପଥର ଚାଲାଣ ହେଉଥିବାର କୌମସି ସୂତ୍ରରୁ ଖବର ପାଇ ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏକ ଟିମ ଚଢଉ କରିଥିଲେ । ଚଢଉ ବେଳେ ଆବଶ୍ୟକୀୟ ଦସ୍ତାବିଜ ମାଗିଥିଲେ । ତେବେ ଗାଡିଚାଳକ ତଥା ଗାଡି ମାଲିକ କୌଣସି ଦସ୍ତାବିଜ ଉପସ୍ଥାପନ କରିପାରି ନଥିବାରୁ ପାରଳାଖେମୁଣ୍ଡି ଆଦର୍ଶ ଥାନା ଠାରେ ଅଟକ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି ଦସ୍ତାବିଜ ଉପସ୍ଥାପନ ନ କରିପାରିଥିବାରୁ ଟ୍ରକଟିକୁ ଥାନା ପରିସରରେ ଅଟକ ରଖାଯାଇ ଅଧିକା ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଏପରି ଦୈନନ୍ଦିନ ବହୁ ପଥର ବଝୋଇ ଗାଡି ଗୁଡିକ ଜିଲ୍ଲାର ବିଭିନ୍ନ ପଥର ଖାଦାନରୁ ରାଜସ୍ୱ ନଦେଇ ଲୁଟି ଆନ୍ଧ୍ର ତଥା ଅନ୍ୟ ରାଜ୍ୟକୁ  ଚାଲାଣ କରୁଥିବାର ନଜିର ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ