ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା  

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଆଇତିପୁର ୟୁଜି ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ସେଠୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ୨୦୧୪ ମସିହାରୁ ସେ ଲେବୁଲ୩କୁ ପଦୋନ୍ନତି ପାଇ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିଲେ । ଶାଳଣିଆଁ ସର୍କଲର ଶିକ୍ଷକ ସଂଘର ସଭାପତି ପ୍ରଦୀପ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ସୁରଥ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ବାସୁଦେବ ନାୟକ, ସମ୍ମାନୀୟ ଅତିଥି ଭାବେ ଏବିଇଓ ତଥା ବି.ଆର.ସି.ସି ସୁରେଶ ଚନ୍ଦ୍ର ଯେନା, ପୁର୍ବତନ ବି.ଆର.ସି.ସି ବିନୋଦ କୁମାର ରାଉତ, ପୁର୍ବତନ ଏବିଇଓ ନୃସିହଂ ଚରଣ ସେନାପତି ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ଆଶାବ୍ୟକ୍ତ କରିଥିଲେ । ଏଥିରେ ସ୍ୱତନ୍ତ୍ର ଅତିଥି ଭାବେ ବ୍ଲକ ଶିକ୍ଷକ ସଂଘର ସଭାପତି ନବଘନ ନାୟକ, ଅବସରପ୍ରାପ୍ତ ଶିକ୍ଷକ ଚକ୍ରଧର ପୁହାଣ, ଯଜାତି କେଶରୀ ରାଉତ, ମାନ କୁମାର ଦାସ, ଗଦାଧର ଦାସ, ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ ରାଉତ, ସିଆରସିସି ସୁରଜ କୁମାର ପଟ୍ଟନାୟକ, ପୁର୍ବତନ ସିଆରସିସି ପ୍ରଭାକର ବେହେରା, ଶାଳଣିଆଁ ଶିକ୍ଷକ ସଂଘର ସମ୍ପାଦକ ଇନ୍ଦ୍ରମଣୀ ସା, ମୋ ସ୍କୁଲ ଅଭିଯାନର ସଭାପତି ଆନନ୍ଦ ଚନ୍ଦ୍ର ଦେହୁରୀ, ସ୍କୁଲ ପରିଚାଳନା କମିଟି ସଭାପତି କୃତିବାସ ପରିଡା ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିଥିଲେ । ଶ୍ରୀଯୁକ୍ତ ସେଠୀ ପୁର୍ବରୁ ଶାଳଣିଆଁ ସର୍କଲ ଶିକ୍ଷକ ସଂଘର ସମ୍ପାଦକ ଭାବେ କାର୍ଯ୍ୟକରିଥବବାବେଳେ ଏବେ ବ୍ଲକ ଶିକ୍ଷକ ସଂଘର ଉପସଭାପତି ଭାବେ କାର୍ଯ୍ୟ କରୁଥିଲେ । ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ସହକର୍ମୀ ଓ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବିଦାୟୀ ଶିକ୍ଷକ ଲକ୍ଷ୍ମୀଧର ସେଠୀଙ୍କୁ ଉତ୍ତରୀୟ ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇ ଥିଲା । ଶିକ୍ଷକ ଗଜେନ୍ଦ୍ର କୁମାର ସେଠୀଙ୍କ ସଂଯୋଜନାରେ ଭାଗବତ ଜେନା, ଶଶିଭୁଷଣ ନାୟକ, ସୁଶାନ୍ତ ମାଝୀ, ଯତିବ୍ରତ ସ୍ୱାଇଁ , ରବିନ୍ଦ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ