ବିଜେଡିର ପରିବର୍ଦ୍ଧିତ ବ୍ଲକ କାର୍ଯ୍ୟକାରିଣୀ ବୈଠକ: ସଭ୍ୟ ସଂଗ୍ରହ ଅଭିଯାନ

ବନ୍ତ,(ଯୁଗାବ୍ଦ ନୁ୍ୟଜ୍) : ବିଜେଡି ସୁପି୍ରମୋ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶକ୍ରମେ ସାରା ରାଜ୍ୟରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ବୁଧବାର ବନ୍ତସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ବିଜେଡିର ପରିବର୍ଦ୍ଧିତ ବ୍ଳକ କାର୍ଯ୍ୟକାରିଣୀ ବୈଠକ ଓ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁÂିତ କାର୍ଯ୍ୟକ୍ରମରେ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ବରିÂ ବିଜେଡି ନେତା ସୁଧାକର ନନ୍ଦ, ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ, ଜିଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ ପ୍ରମୁଖ ଯୋଗ ଦେଇ ସଭ୍ୟ ସଂଗ୍ରହର ଅଭିଯାନର ଲକ୍ଷ୍ୟ ଓ ଉଦେ୍ଧଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ବନ୍ତ ବ୍ଲକର ୨୫ ଗୋଟି ପଞ୍ଚାୟତର ବରିÂ ନେତୃତ୍ୱ ଓ କର୍ମୀ ମାନେ ଯୋଗ ଦେଇଥିଲେ । ଅପରପକ୍ଷେ ଏହି କାର୍ଯ୍ୟକ୍ରମରେ ଦଳର କିଛି ବରିÂ ନେତୃତ୍ୱଙ୍କର ଅନୁପସ୍ଥିତି ଦେଖିବାକୁ ମିଳିଥିଲା । ଇଂ.ପ୍ରୟାସକାନ୍ତି ସାମଲ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରତିନିଧି ଦାୟୀତ୍ୱ ନେବା ପରେ ବନ୍ତ ବ୍ଲକର ବହୁ ବିଜେଡି ନେତୃତ୍ୱ ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ପୂର୍ବରୁ ବହୁ ନେତୃତ୍ୱ ଓ କର୍ମୀ ମାନେ ଅବହେଳିତ ହୋଇଆସୁଥିବା ବେଳେ ବହୁ ସମୟରେ ଅସନ୍ତୋଷ ପ୍ରକାଶ କରୁଥିଲେ । ଏବେ ବିଧାୟକ ପ୍ରତିନିଧିଙ୍କ ଦାୟୀତ୍ୱ ନେବା ପରେ ସେମାନେ ଆଗଭଳି ଅବହେଳିତ ହେବେ ନାହିଁ ବୋଲି ଆଶା ପୋଷଣ କରିଛନ୍ତି । ତେବେ ନୂତନ ଭାବେ ଦାୟୀତ୍ୱ ନେଇଥିବା ବିଧାୟକ ପ୍ରତିନିଧି ଦଳର ସମସ୍ତ ନେତୃତ୍ୱ ଓ କର୍ମୀ ମାନଙ୍କୁ ଏକଜୁଟ୍ କରି ସଂଗଠନକୁ ସୁଦୃଢ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିବେ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ