ପ୍ରଭୂ ଶ୍ରୀ ଗୁରୁଦେବଙ୍କ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ
ନିମାପଡ଼ା,( ସନ୍ତୋଷ ଦାଶ):ପବିତ୍ର ତ୍ରିବେଣୀ ଅମାବାସ୍ୟା ଅବସରରେ ପୁଣ୍ୟ ତୋୟା ପ୍ରାଚୀ ଉପତ୍ୟକା ର ବନ୍ଦେଶ୍ଵର ଗ୍ରାମ ରେ ପୂଜା ପାଇ ଆସୁଥିବା ପ୍ରଭୂ ଶ୍ରୀ ଗୁରୁଦେବ ଠାକୁର ଙ୍କ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ତୁଳସୀପୁର ବ୍ରାହ୍ମଣ ଶାସନ ର ଗ୍ରାମବାସୀ ମାନେ ପ୍ରାତଃ ରେ ବନ୍ଦେଶ୍ୱର ଗ୍ରାମ କୁ ଯାଇ ଠାକୁର ଙ୍କୁ ପ୍ରାଚୀ ନଦୀ ର ଶୁଦ୍ଧ ଜଳ ରେ ସ୍ନାନ କରିବା ସହିତ ନବବସ୍ତ୍ର ପରିଧାନ କରାଇଥିଲେ। ଏହି ଅବସର ରେ ପଣ୍ଡିତ ବିଦ୍ୟା ଭୁଷଣ ମିଶ୍ର ମନ୍ଦିର ରେ ଗୀତା ପାଠ କରିଥିବାବେଳେ ପଣ୍ଡିତ ସହଦେବ ମିଶ୍ର ଠାକୁର ଙ୍କ ସମ୍ମୁଖରେ ହୋମ ଓ ଘୃତଯଜ୍ଞ କରିଥିଲେ। କର୍ତ୍ତା ଭାବେ ଅବନିନ୍ଦ୍ର ତ୍ରିପାଠୀ ସମସ୍ତ ପୂଜା କାର୍ଯ୍ୟ କରିଥିବାବେଳେ ପୂଜକ ଭାବେ ଚୈତନ୍ୟ ପାଣି ଓ କୈଳାସ ପାଣି ଠାକୁର ଙ୍କ ପୂଜା ନୀତି ଅନୁଷ୍ଠିତ କରିଥିଲେ। ଶେଷରେ ଠାକୁର ଙ୍କ ନିକଟରେ ଗ୍ରାମବାସୀ ମାନଙ୍କ ପକ୍ଷରୁ ଅନ୍ନପ୍ରସାଦ ଓ କ୍ଷୀରି ଭୋଗ ଲାଗି କରାଯାଇଥିଲା। ଏହି ଉତ୍ସବ ରେ ପୂର୍ବତନ ସରପଞ୍ଚ ଭଗବାନ ମିଶ୍ର, ଗ୍ରାମବାସୀ ବନ ବିହାରୀ ଦାଶ,ସନ୍ତୋଷ ଦାଶ, ରଜନୀକାନ୍ତ ତ୍ରିପାଠୀ,ନବଘନ ସାହୁ, ଚନ୍ଦ୍ରଶେଖର ମହାପାତ୍ର,ଡମ୍ବରୁ ମିଶ୍ର, କ୍ଷମାନିଧି ତ୍ରିପାଠୀ, ନିରଞ୍ଜନ କର, ରମାକାନ୍ତ ତ୍ରିପାଠୀ, ଚକ୍ରଧର ପାଣି, ସ୍ଵାଧୀନ ନାୟକ, ମହେଶ୍ୱର ମହାନ୍ତି, ସନ୍ତୋଷ ସ୍ଵାଇଁ,ପୂର୍ଣ୍ଣ କାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ।