ପ୍ରହଲାଦ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମରେ ଥିବା ପ୍ରହ୍ଲାଦ ସାହିତ୍ୟ ସଂସଦର ଚତୁଦ୍ଦଶ ବାର୍ଷିକ ଉତ୍ସବ ଓ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିବାବେଳେ ପ୍ରୟାସୀ ପଟ୍ଟନାୟକ, ମଳୟ କୁମାର ଜେନା, ସୁନିତା ଜେନା, ହରେକୃଷ୍ଣ ସୁଆର, ଦିପିକା ପଣ୍ଡା ପ୍ରମୁଖ କୃତି ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ପୁଷ୍ପମଞ୍ଜରୀ କର, ଉମାକାନ୍ତ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ୱରଚିତ କବିତା ପାଠୋତ୍ସବରେ କବି ସୁରେନ୍ଦ୍ର ପରିଡା, ସରଳା ମହାପାତ୍ର, ମୁରଲୀଧର ବେହେରା, ନୃସିହଂ ପଣ୍ଡା, ମମତାମୟୀ ବିଶ୍ୱକଲ୍ୟାଣୀ ରାଉତ, ପୁଷ୍ପାଞ୍ଜଳୀ ଜେନା, ଶୁଭସ୍ମୀତା ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ସା, ଶରତ ନାୟକ, ରବିନ୍ଦ୍ର ରାଉତ, ହଳଧର ପଣ୍ଡା ପ୍ରମୁଖ ଯୋଗଦେଇ ସ୍ୱରଚିତ କବିତାମାନ ଆବୃତି କରିଥିଲେ । ଡ. ଅଭିନ୍ନ କୁମାର ସାହୁ, ବାଳକୃଷ୍ଣ ରାଉତ, ସୁରେନ୍ଦ୍ର କୁମାର ବଳ, ବିଦ୍ୟୁତପ୍ରଭା ଦେଓ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପରେ ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଭକ୍ତ ଶେଖର ସାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ତମ୍ବକାର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ସଂସ୍କାର ଧର୍ମୀ ଜୀବନଚର୍ଯ୍ୟାରୁ ରୁଚିକର ସାହିତ୍ୟ ସୃଷ୍ଟି ହୁଏ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଶିଶୁ ସାହିତ୍ୟକ ଇନ୍ଦ୍ରମଣି ସେଠୀ ଯୋଗଦେଇ ଜୀବନର ବାସ୍ତବତାକୁ ଛାଡି ଯେଉଁ ସାହିତ୍ୟ ରଚନା କରାଯାଏ ତାହା କେବେ କାଳଜୟୀ ହୋଇପାରେ ନାହିଁ ବୋଲି ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମହାନ ସାହିତ୍ୟକ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ନାରାୟଣ ସେନାପତି, ଓଡିଶାର ଖ୍ୟାତନାମା ଶିଶୁ ସାହିତ୍ୟକ ରତ୍ନାକର ଦାସ, ଓ କବି ତଥା ଶିକ୍ଷକ ସରୋଜ କୁମାର ସାହୁଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କଳାକାର ଅନୁପ ପାତ୍ର, ଗୋପାଳ ସାହୁ, ସୁବ୍ରତ ମହାନ୍ତି, ସୌମ୍ୟରଞ୍ଜନ, ଚିତ୍ତରଞ୍ଜନ ବାରିକ, ଗୌରହରି ମହାଳିକ, ବିଷ୍ଣୁ ଚରଣ ବାରିକ ଓ ସଞ୍ଜୟ କୁମାରଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ ବଳରାମ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ଆବାହକ ଶ୍ରୀକାନ୍ତ ପଟ୍ଟନାୟକ, ଅଚ୍ୟୁତାନନ୍ଦ ସା, ଅଲେଖ ଚନ୍ଦ୍ର ପାତ୍ର, ସୁରେନ୍ଦ୍ର କୁମାର ନାୟକ, ନିରଞ୍ଜନ ପଟ୍ଟନାୟକ, ଅନୁପମା ସା, ସୁରେନ୍ଦ୍ର ପାତ୍ର, ରାଜୀବ ସେନାପତି, ଭବେଶ କୁମାର, ବିଭୁପ୍ରସାଦ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ