ପ୍ରାକ୍ତନ ଛାତ୍ରଛାତ୍ରୀ ଏକତ୍ରୀକରଣ ଉତ୍ସବ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା ଯୋଗେଶ୍ଵରପୁର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଆଜି ପ୍ରାକ୍ତନ ଛାତ୍ରଛାତ୍ରୀ ଙ୍କ ଏକତ୍ରୀ କରଣ ଉତ୍ସବ ବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ତତ୍ବାବଧାନରେ ଅନୁଷ୍ଠିତହୋଇଥିଲା।ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାମନ୍ଦିର ର ସମ୍ପାଦକ ପ୍ରମୋଦ କୁମାର ଦାଶ ପ୍ରଦୀପ ପ୍ରଜ୍ଜୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଅତିଥି ଭାବେ ଶିକ୍ଷାବିତ ଦାମୋଦର ମିଶ୍ର, ବିଦ୍ୟାମନ୍ଦିର ର ସଭାପତି ବିଚିତ୍ରାନନ୍ଦ ପାତ୍ର, କୋଷାଧ୍ୟକ୍ଷ ଅଶୋକ କୁମାର ପରିଡ଼ା, ଅଜୟ କୁମାର ନାୟକ ପ୍ରମୁଖ ଯୋଗଦାନ କରି ପ୍ରାକ୍ତନ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ବିଦ୍ୟାଳୟ ପ୍ରତି ଭଲପାଇବା କୁ ଜୀବନ ର ଶେଷ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରଖିବାକୁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଆଚାର୍ଯ୍ୟ ଅଭୟ କୁମାର ନାୟକ ସଂଯୋଜନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ