ପ୍ରାଚୀ ନଦୀରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ
ନିମାପଡ଼ା,(ସନ୍ତୋଷ ଦାଶ): ବୁଧବାର ଥିଲା ପବିତ୍ର ତ୍ରିବେଣୀ ଅମାବାସ୍ୟା ବା ମୌନୀ ଅମାବାସ୍ୟା। ଏଥିପାଇଁ ଶହ ଶହ ଶ୍ରଦ୍ଧାଳୁ ଓ ଭକ୍ତ ପ୍ରାଚୀ ନଦୀ ର ପିତାପଡ଼ା ଗ୍ରାମ ନିକଟସ୍ଥ ଅଙ୍ଗ ତୀର୍ଥ ରେ ବୁଡ଼ ପକାଇ ଉତ୍ତରାଙ୍ଗ ମଠ ର ପ୍ରଭୂ ପତିତପାବନ ଙ୍କୁ ଦର୍ଶନ କରିଥିଲେ। ମଙ୍ଗଳବାର ସନ୍ଧ୍ୟା ରେ ନିକଟସ୍ଥ ପିତାପଡ଼ା, କେଶେରାଇପୁର , ମଥୁରିଡିହ, ଅଙ୍ଗେଶ୍ୱର ଠାରେ ପୂଜା ପାଉଥିବା ରାଧାକୃଷ୍ଣ ସ୍ଵ ସ୍ୱ ବିମାନ ରେ ଶୋଭାଯାତ୍ରା ରେ ପ୍ରାଚୀ ନଦୀ କୂଳସ୍ଥ ଉତ୍ତରାଙ୍ଗ ମଠ କୁ ଆସି ମଣ୍ଡପ ରେ ଉପବେଶନ କରିଥିଲେ। ମଠ ର ପୂଜକ ପ୍ରଶାନ୍ତ କୁମାର ଦିକ୍ଷୀତ ଓ କାର୍ତ୍ତିକ ଦିକ୍ଷୀତ ଠାକୁର ମାନଙ୍କୁ ସ୍ଵାଗତ ଜଣାଇ ବାଳ ଭୋଗ ଲାଗି କରିବା ସହିତ ସନ୍ଧ୍ୟା ଆଳତୀ କରିଥିଲେ।ବୁଧବାର ପ୍ରତ୍ୟୁଷ ରୁ ଠାକୁର ମାନେ ପ୍ରଥମେ ପ୍ରାଚୀ ନଦୀ ର ଅଙ୍ଗ ତୀର୍ଥ ରେ ବୁଡ଼ ପକାଇବା ପରେ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ବୁଡ଼ ପକାଇଥିଲେ।ମଠ ରେ ଦିନ ସାରା ଭକ୍ତଙ୍କ ଭିଡ଼ ଲାଗିଥିଲା। ତିନି ଦିନ ପର୍ଯ୍ୟନ୍ତ ଏଠାରେ ନାଟକ ପ୍ରଦର୍ଶନ କରାଯିବ ବୋଲି ପୂଜକ ମାନେ ପ୍ରକାଶ କରିଛନ୍ତି। ସେହିପରି ପ୍ରାଚୀ ନଦୀର ରାମେଶ୍ବର ଘାଟ ଠାରେ ଶ୍ରଦ୍ଧାଳୁ ଭକ୍ତମାନେ ପ୍ରାତଃ ରେ ବୁଡ଼ ପକାଇ ପ୍ରଭୂ ରାମେଶ୍ବର ଶମ୍ଭୁ ଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ।