ପ୍ରେମ ବିବାହକୁ ରାଜିହେଉନଥିଲେ…
ବିବାହ ଏକ ପବିତ୍ର ବନ୍ଧନ । ଏହାକୁ ନେଇ ପ୍ରାୟ ସମସ୍ତଙ୍କ ମନରେ କିଛିନା କିଛି ସ୍ୱପ୍ନ ଥାଏ । ତେବେ ସବୁ ସ୍ୱପ୍ନ ଭିତରୁ ବାହାଘରରେ ଘର ଲୋକଙ୍କ ଉପସ୍ଥିତି ଅନ୍ୟ ଏକ ଆଶା । ଯଦି କୌଣସି କାରଣବଶତଃ ପରିବାରରୁ କେହି ବିବାହରେ ସାମିଲ ହୋଇ ନ ପାରନ୍ତି, ତେବେ ଅନେକ କଷ୍ଟ ଲାଗିଥାଏ । ତେବେ ଏପରି କିଛି ବିବାହ ମଧ୍ୟ ହୋଇଥାଏ, ଯେଉଁଠି ଘରଲାକଙ୍କ ବିନା ସହମତିରେ ବରକନ୍ୟା ରାଜିହୋଇ ବିବାହ କରିଥାନ୍ତି; ଯେଉଁଥିରେ ମାତାପିତା ଉପସ୍ଥିତ ମଧ୍ୟ ରହି ନ ଥାଆନ୍ତି । ତେବେ ପ୍ରେମ ବିବାହରେ ଯଦି ପରିବାର ଲୋକେ ରାଜି ହେଉନାହାନ୍ତି, ସେମାନଙ୍କୁ ରାଜି କରିବା ପାଇଁ ଜାଣନ୍ତୁ କିଛି ଟିପ୍ସ୍ ସମ୍ପର୍କରେ ।
-ଘରେ ବିବାହ ସମ୍ପର୍କରେ କୌଣସି କଥା ଉଠିବା ମାତ୍ରେ ନିଜର ମନ କଥା ଘରର ସବୁଠୁ ପ୍ରିୟ ବ୍ୟକ୍ତିଙ୍କୁ ଜଣାନ୍ତୁ ।
– ମା’ବାପା ଜାଣିବା ପରେ ଯଦି ଏହି କଥାକୁ ନେଇ କୌଣସି ପାଟିତୁଣ୍ଡ କରନ୍ତି ନ ରାଗି ଚୁପ୍ ରୁହନ୍ତୁ । କାରଣ ସେମାନଙ୍କ ରାଗ କେଇ ମିନିଟ୍ରେ ଶାନ୍ତ ହୋଇଯାଏ । ପରେ ପ୍ରେମିକା ବା ପ୍ରେମିକର ଭଲଗୁଣ ସମ୍ପର୍କିତ ଏକ ଚିଠି ବାପାଙ୍କ ତକିଆ ତଳେ ରଖିଦିଅନ୍ତୁ । ଯଦି ଘରେ ବା ପଡ଼ୋଶୀରେ ସେହିପରି କାହାର ବିଭାଘର ହୋଇଥାଏ ବା ସେମାନେ ବର୍ତ୍ତମାନ ଖୁସିରେ ଥାଆନ୍ତି, ତାହାର ଉଦାହରଣ ଦେବାକୁ ଚିଠିରେ ଆଦୌ ଭୁଲନ୍ତୁ ନାହିଁ ।


