ଫିଟର ଟ୍ରାନ୍ସଫରମେଶନ ଚ୍ୟାଲେଞ୍ଜ୍‌ ବିଜେତା ହେଲେ ସମ୍ବଲପୁରର ପଙ୍କଜ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବିଶ୍ୱର ବୃହତ ଅନ୍‌ଲାଇନ୍‌ ହେଲଥ୍ ଏବଂ ଫିଟନେସ୍‌ ବ୍ରାଣ୍ଡ୍ ଫିଟର ପକ୍ଷରୁ ଏହାର ଟ୍ରାନ୍ସଫରମେଶନ୍‌ ଚ୍ୟାଲେଞ୍ଜ୍‌ର ୧୨ତମ ସଂସ୍କରଣର ବିଜେତା ଭାବେ ଓଡ଼ିଶାର ସମ୍ବଲପୁରର ପଙ୍କଜ ମିଶ୍ରଙ୍କୁ ଘୋଷଣା କରାଯାଇଛି । ପଙ୍କଜଙ୍କୁ ୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ସହିତ ହାଇ-ଏଣ୍ଡ୍‌ ସ୍ମାର୍ଟୱାଚ୍ ପ୍ରଦାନ କରାଯାଇଛି । ଗତବର୍ଷ ପଙ୍କଜ ଟ୍ରାନ୍ସଫରମେଶନ୍‌ ଚ୍ୟାଲେଞ୍ଜ୍‌ର ୧୧ତମ ସଂସ୍କରଣରେ ଶ୍ରେଷ୍ଠ ୫ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିଲେ ।ଚଳିତ ବର୍ଷଟ୍ରାନ୍ସଫରମେଶନ୍‌ ଚ୍ୟାଲେଞ୍ଜ୍‌ର ୧୨ତମ ସଂସ୍କରଣରେ ମୁମ୍ବାଇର ଡ. ରାଜଶ୍ରୀ ପାଣ୍ଡେ ପ୍ରଥମ ରନର୍ସ ଅପ୍‌, ପୁଣେର ତୁଷାର ଭାଙ୍ଗେଙ୍କୁ ଦ୍ୱିତୀୟ ରନର୍ସ ଅପ୍ ଘୋଷଣା କରାଯାଇଛି । ରାଜଶ୍ରୀଙ୍କୁ ୨ ଲକ୍ଷଟଙ୍କା ଏବଂ ତୁଷାରଙ୍କୁ ୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଛି । ଉଭୟଙ୍କୁ ହାଇ-ଏଣ୍ଡ୍‌ସ୍ମାର୍ଟୱାଚ୍ ମଧ୍ୟ ପ୍ରଦାନ କରାଯାଇଛି । ଏହା ସହିତ ଶ୍ରେଷ୍ଠ ୧୦ ଜଣ ପ୍ର୍‌ତିଯୋଗୀଙ୍କୁ ହାଇ-ଏଣ୍ଡ୍‌ ସ୍ପୋର୍ଟସ୍‌ ଶୁଜ୍ ପ୍ରଦାନ କରାଯାଇଥିବାବେଳେ ଶ୍ରେଷ୍ଠ ୫୦ ଜଣ ପ୍ରତିଯୋଗୀଙ୍କୁ ଫିଟନେସ୍‌ ଟ୍ରାକର ପ୍ରଦାନ କରାଯାଇଛି । ଏହି ଅବସରରେ ପଙ୍କଜ ମିଶ୍ର କହିଲେ, ଟ୍ରାନ୍ସଫରମେଶନ୍‌ ଚ୍ୟାଲେଞ୍ଜ୍‌ର ୧୨ତମ ସଂସ୍କରଣରେ ମୁଁ ସଫଳହୋଇଛି । ଗତ ବର୍ଷମୁଁଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ରହିଥିଲି ।ମୋ ସଫଳତା ପାଇଁ ମୁଁ ମେଂଟରଙ୍କ ସମେତ ଫିଟର କର୍ମଚାରୀଙ୍କୁ ଧନ୍ୟବାଦ ଜଣାଉଛି । ଏହି ସଫଳତା ମୋସ୍ୱପ୍ନକୁ ପୂରଣ କରିବାକୁ ସକ୍ଷମ ହେବ ।ଏହି ୧୨ ସପ୍ତାହର ଚ୍ୟାଲେଞ୍ଜ୍ ଫିଟର ଆପ୍‌ରେ ହୋଷ୍ଟେଡ୍‌ ହୋଇଥିଲା । ଏହାର ଥିମ୍‌ହାସ୍‌ହ୍ୱାଟ ଏଭର ଇଟ୍‌ଟେକସ୍ ଥିଲା । ଏହିଚ୍ୟାଲେଞ୍ଜ ୨୦୨୧ ଜାନୁୟାରୀ ୨ରୁ ଆରମ୍ଭ ହୋଇ ୨୦୨୧ ମାର୍ଚ୍ଚରେ ଶେଷ ହୋଇଥିଲା । ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ୨୨,୦୦୦ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ଚ୍ୟାଲେଞ୍ଜ ଅନ୍ତର୍ଗତ ପ୍ରତିଯୋଗୀ ପ୍ରତିସପ୍ତାହରେ ଭିଡ଼ିଓ ଅପ୍‌ଲୋଡ୍‌ କରୁଥିଲେ । ସେମାନଙ୍କର ସୃଜନ ଶୀଳତାର ମୂଲ୍ୟାଙ୍କନ କରାଯାଇଥିଲା । ଏହି ଅବସରରେ ଫିଟରର ପ୍ରତିଷ୍ଠାତା ତଥା ସିଇଓ ଜିତେନ୍ଦ୍ର ଚୌକ ସେ କହିଲେ, ଟ୍ରାନ୍ସଫରମେଶ ନ୍‌ଚ୍ୟାଲେଞ୍ଜ୍ ପ୍ରତିଯୋଗୀଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିବେଶ ସୃଷ୍ଟିକରିବାକୁ ସକ୍ଷମ ହୋଇଥାଏ । ଏହାର ୧୨ତମ ସଂସ୍କରଣରେ ସମଗ୍ରବିଶ୍ୱର ୨୨,୦୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।ମୁଁ ପ୍ରଥମ ବିଜେତା ପଙ୍କଜମିଶ୍ର, ଦ୍ୱିତୀୟବିଜେତା ଡ. ରାଜଶ୍ରୀ ପାଣ୍ଡେ ଏବଂ ତୃତୀୟ ବିଜେତା ତୁଷାର ଭାଙ୍ଗେଙ୍କୁ ଶୁଭେଚ୍ଛା ଜଣାଉଛି । ଏହାସହିତ ସମସ୍ତ ପ୍ରତିଯୋଗୀଙ୍କୁ ଧନ୍ୟବାଦ ଜଣାଉଛି ।
ଟ୍ରାନ୍ସଫରମେଶ ନ୍‌ଚ୍ୟାଲେଞ୍ଜ୍‌ର ୧୨ତମ ସଂସ୍କରଣରେ ୩୫ ଜଣିଆ ବିଚାରକ ମଣ୍ଡଳୀ ଅଂଶଗ୍ରହଣକରି ପ୍ରତିଯୋଗୀଙ୍କ ସୃଜନଶୀଳତା ତନ୍ନତନ୍ନ ଭାବେ ପରୀକ୍ଷା କରିଥିଲେ । ଚଳିତ ବର୍ଷ ଶ୍ରେଷ୍ଠ ପ୍ରଦର୍ଶନ କାରୀଙ୍କୁ ମୋଟ ୧ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି । ବିଚାରକ ମଣ୍ଡଳୀ ପ୍ରତି ସଂସ୍କରଣରୁ ଶ୍ରେଷ୍ଠ ୧୦ ଜଣଙ୍କୁ ଚୟନ କରିବା ସହିତ ୩୦ ଜଣ ଫାଇନାଲିଷ୍ଟ୍‌ଙ୍କ ମଧ୍ୟରୁ ଜଣେ ବିଜେତାଙ୍କୁ ଚୟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ