ଫିନାଇଲ୍ ବ୍ୟବହାର କରୁଛନ୍ତି କି?
ଫିନାଇଲ୍ରେ ଏମିତି କିଛି ବିଷାକ୍ତ ପଦାର୍ଥ ମିଶିଛି ଯାହା ଆମ ଶରୀରରେ ସ୍ଲୋ ପଏଜନ୍ ଭଳି କାମ କରିଥାଏ । ବହୁ ଅଧ୍ୟୟନରୁ ଜଣାପଡ଼ିଛି ଯେ, ସଫା କରିବା ପାଇଁ ବ୍ୟବହୃତ ହେଉଥିବା ଫିନାଇଲ୍ରେ ବହୁତ କ୍ଷତିକାରକ ତତ୍ତ୍ୱ ମିଶିକରି ରହିଥାଏ । ଫିନାଇଲ୍ରେ ରହିଛି ଶକ୍ତିଶାଳୀ ଫିନେଲ, ଯାହା ରୋଗାଣୁ ନିରୋଧକ ଏବଂ କୀଟାଣୁନାଶକ କାମ କରିଥାଏ । ଯେତେବେଳେ ଏହାକୁ ଲାଟିନ୍ କିମ୍ବା ବାଥ୍ରୁମ୍ ସଫାକରିବା ପାଇଁ ବ୍ୟବହାର କରାଯାଏ, ସେତେବେଳେ ଏଥିରେ ଥିବା କେମିକାଲ ବହୁତ ସମୟ ଧରି ନିଃଶ୍ୱାସପ୍ରଶ୍ୱାସରେ ନେଲେ ବହୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯଥା ପେଟ, ଅନ୍ତ, ଲିଭର, କିଡନୀ ଏବଂ ହାର୍ଟକୁ କ୍ଷତି ପହଞ୍ଚାଇଥାଏ । ବେଳେବେଳେ ଏହାର ପରିମାଣ ଖୁବ୍ ଭୟଙ୍କର ହୋଇଥାଏ । ସମୟ ପୂର୍ବରୁ ଯଦି ଏହାର ଚିକିତ୍ସା ନକରାଯାଏ ତ ସ୍ଥିତି ଗମ୍ଭୀର ହୋଇପାରେ । ଫିନାଇଲ ଆଖି ଏବଂ ତ୍ୱଚା ସଂସ୍ପର୍ଶରେ ଆସିଲେ ଜଳାପୋଡା ହେବା ସହ ଏହାର ଅଧିକ ବ୍ୟବହାର ଦୃଷ୍ଟିଶକ୍ତି ଚାଲିଯିବାର ବହୁ ସମ୍ଭାବନା ରହିଛି । ଠିକ୍ ସେହିଭଳି ଏହା ନିଃଶ୍ୱାସମାଧ୍ୟମରେ ଭିତରକୁ ଚାଲିଯାଏ ତ ନାକ, ଗଳା ଏବଂ ଫୁସ୍ଫୁସ୍ର ଭିତର ଅଂଶ ଜଳାପୋଡ଼ା ହୋଇପାରେ । ଫିନାଇଲ୍କୁ ନେଇ ଆମର ମସ୍ତିଷ୍କ ଖୁବ୍ ସମ୍ବେଦନଶୀଳ । ଫିନାଇଲ୍ ଦ୍ୱାରା ହୃଦ୍ଘାତ ଏବଂ କୋମାକୁ ଚାଲିଯିବାର ସମ୍ଭାବନା ରହିଛି ।


