ଫିଲ୍ମ ପାଇଁ ୩ ମାସ ଆମିଷ ଖାଇ ନଥିଲେ ଜ୍ୟୋତି

୨୦୧୫ରେ ରିଆଲିଟି ଶୋ “ମିଠା ମିଠା ଯୋଡ଼ି’ ଜିତିବା ପରେ ଓଲିଉଡ୍ରେ ପାଦ ଦେଇଥିଲେ ଅଭିନେତା ଜ୍ୟୋତି ରଞ୍ଜନ ନାୟକ । “ଦେଲେ ଧରା କଥା ସରେ’ ଫିଲ୍ମ ମାଧ୍ୟମରେ ସେ ଓଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ମାଳବିକା ବାନାର୍ଜୀ । ଫିଲ୍ମଟି ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଏହାପରେ ଜ୍ୟୋତିଙ୍କୁ ଗୋଟେ ପରେ ଗୋଟେ ସିନେମା ମିଳି ଚାଲିଲା । ଗତ ୪ ବର୍ଷରେ ଜ୍ୟୋତି ୧୦ରୁ ଅଧିକ ଫିଲ୍ମରେ କାମ କରିସାରିଲେଣି ।
ଜ୍ୟୋତିଙ୍କର ଏକ ଅଭ୍ୟାସ ରହିଛି, ଯାହାକୁ ଆପଣ ଅନ୍ଧବିଶ୍ୱାସ ବୋଲି କହିପାରନ୍ତି । ତେବେ ତାଙ୍କର ବିଶ୍ୱାସ ଯେ ଏହି ଅଭ୍ୟାସ ଯୋଗୁ ତାଙ୍କ ଦିନଗୁଡ଼ିକ ଭଲରେ କଟେ । ସେ ପ୍ରତ୍ୟେକ ଦିନ କିଛି ନା କିଛି ଧଳା ପିନ୍ଧନ୍ତି । ସେ ଯେଉଁ ପୋଷାକ ପିନ୍ଧନ୍ତୁ ନା କାହିଁକି ସେଥିରେ ଧଳା ରଙ୍ଗ ଟିକେ ନିଶ୍ଚୟ ରହିଥିବ । ଧଳାକୁ ସେ ତାଙ୍କର ଲକି କଲର୍ ବୋଲି କହନ୍ତି । ଏଥିସହ ଜ୍ୟୋତି ସବୁବେଳେ ତାଙ୍କ ମନିପର୍ସରେ ସାଇବାବାଙ୍କ ବିଭୂତି ରଖିଥା’ନ୍ତି । ତା’ସହିତ ସେ ତାଙ୍କ ମୁଣ୍ଡରେ କିମ୍ବା ବେକରେ ସବୁବେଳେ ସାଇବାବାଙ୍କ ବିଭୂତି ଲଗାନ୍ତି ।
ଏଥିସହ ଜ୍ୟୋତି ଯଦି ଫିଲ୍ମରେ କୌଣସି ପବିତ୍ର ବା ପୂଜାର୍ଚ୍ଚନା ସମ୍ପର୍କିତ ସିନ୍ କରନ୍ତି, ତା’ହେଲେ ଆମିଷ ଖାଆନ୍ତି ନାହିଁ । “ତୁ ମୋ ସୁନା ଚଢ଼େଇ’ ଫିଲ୍ମର ଶୁଟିଂ ସମୟରେ ସେ ୩ ମାସ ପର୍ଯ୍ୟନ୍ତ ଆମିଷ ଖାଇ ନଥିଲେ ।
ଜ୍ୟୋତି ଅଭିନୟ କରିଥିବା ହିଟ୍ ଫିଲ୍ମ ମଧ୍ୟରେ “ଦିଲ୍ଲ କା ରାଜା’, “ହାପି ଲକି’, “ନିଝୁମ୍ ରାତିର ସାଥୀ’ ଓ “ତୁ ମା ସୁନା ଚଢେଇ’ ଅନ୍ୟତମ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ