ଫୁଲବାଣୀ ଆଦର୍ଶ ଟାଉନ ଥାନାରେ ନୂତନ ଥାନା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନାରେ ନୁତନ ଥାନା ଅଧିକାରୀ ଭାବେ ଶ୍ରୀ ସୁଶାନ୍ତ କୁମାର ସେଠୀ ଶନିବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି।ଏହା ପୂର୍ବରୁ ସେ କଣ୍ଟାମାଳ ଥାନା ରୁ କନ୍ଧମାଳ ଜିଲ୍ଲାକୁ ବଦଳି ହୋଇ ଆସି କିଛିଦିନ ହେଲା ଜିଲ୍ଲା ପୁଲିସ ହେଡ କ୍ୱାଟରରେ ଥିଲେ।ଶନିବାର ଦାୟିତ୍ୱ ଗ୍ରହଣ ପରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି କହିଛନ୍ତି।ଏଥିପାଇଁ ଗଣମାଧ୍ୟମର ସହଯୋଗ ନିହାତି ଆବଶ୍ୟକ ଏବଂ ଜନସାଧାରଣଙ୍କ ମଧ୍ୟ ଏ ଦିଗରେ ପୁଲିସ କୁ ସହଯୋଗ କରିବାର ଆବଶ୍ୟକତା ରହିଛି।କୋଭିଡ଼-୧୯ର ସମସ୍ତ ନିୟମ ଜନସାଧାରଣ ପାଳନ କରୁଛନ୍ତି କି ନାହିଁ ସେସବୁକୁ ଧ୍ୟାନ ଦିଆଯିବ ଏବଂ ଅମାନିଆଙ୍କୁ ଉପଯୁକ୍ତ ଦଣ୍ଡ ବ୍ୟବସ୍ଥା କରାଯିବ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ