ଫେବୃଆରୀ ୧୯ ତାରିଖରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

କଟକ :- ଫେବୃଆରୀ ୧୯ରେ ମାଟ୍ରିକ ପରୀକ୍ଷା ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ୫ଲକ୍ଷ ୬୦ ହଜାର ୮୯୧ ଜଣ ଛାତ୍ରଛାତ୍ରୀ ୨,୮୮୮ ଟି କେନ୍ଦ୍ରରେ ପରୀକ୍ଷା ଦେବେ। ଏଥିପାଇଁ ୩୦୭ଟି ନୋଡ଼ାଲ ସେଣ୍ଟର କରାଯାଇଥିବା ଜଣାପଡ଼ିଛି। ପ୍ରାୟ ୧ ହଜାର ସମ୍ବେଦନଶୀଳ କେନ୍ଦ୍ରରେ ସିସିଟିଭି ଲଗାଇବା କ।ର୍ଯ୍ୟ ଜାରି ରହିଥିବା କହିଛି ମାଧ୍ୟମିକ ଶିକ୍ଷା ପରିଷଦ । ଏହା ସହ ନୋଡ଼ାଲ ସେଣ୍ଟର ଗୁଡ଼ିକରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ପରୀକ୍ଷା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ଼ ବ୍ୟବସ୍ଥା ଗ୍ରହଣ କରାଯିବା ନେଇ ବୋର୍ଡ଼ ପକ୍ଷରୁ ଘୋଷଣା କରାଯାଇଥିବା ନେଇ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ