ବଙ୍ଗ ରାଜନୀତି: ଦିଦିଙ୍କୁ ଆକ୍ରମଣ, ଭାଙ୍ଗିଗଲା ଗୋଡ

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍ ) : ପ୍ରଚାର ବେଳେ ଆହତ ହେଲେ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନୀ ପ୍ରଚାର ସମୟରେ ଆହତ ହୋଇଛନ୍ତି ଦିଦି। ତାଙ୍କ ପାଦରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏହାକୁ ବିଜେପିର ଚକ୍ରାନ୍ତ ବୋଲି କହିବା ସହ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି ଦିଦି। ଏହା ସହ କହିଛନ୍ତି କିଛି ଅଜଣା ଲୋକ ତାଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିବାରୁ ତାଙ୍କ ପାଦ, ହାତ ଏବଂ ମୁଣ୍ଡରେ ଆଘାତ ଲାଗିଛି। ବୁଧବାର ରାତିରେ ଦିଦିଙ୍କୁ ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ କହିବାନୁସାରେ, ମମତାଙ୍କ ଡାହାଣ ଗୋଡରେ ଆଘାତ ଲାଗିଛି । ଏହା ଗୁରୁତର ଅଛି । ଏପରିକି ଛାତିରେ ବ୍ୟଥା ଓ ଶ୍ୱାସ କ୍ରିୟାରେ ମଧ୍ୟ କଷ୍ଟ ଅନୁଭୂତ ହେଉଛି ।କେବଳ ଏତିକି ନୁହେଁ ତାଙ୍କ ଗୋଡ ସହ ଡାହାଣ କାନ୍ଧରେ ମଧ୍ୟ କଷ୍ଟ ଅନୁଭୂତ ହେଉଛି । ପ୍ରଥମେ ଦିଦିଙ୍କ କହୁଣି ଓ ବେକରେ ଆଘାତ ଲାଗିଥିବା ଜଣାପଡିଥିଲା । ଦିଦିଙ୍କ ଉପରେ ଆହୁରି ୪୮ ଘଣ୍ଟା ଯାଏଁ ନଜର ରଖାଯିବ ବୋଲି ଏସଏସକେଏମର ଡାକ୍ତର କହିଛନ୍ତି ।ଏହାସହ ୫ଜଣିଆ ଡାକ୍ତରୀ ଟିମ୍ ମମତାଙ୍କ ତତ୍ତ୍ୱାବଧାନ କରୁଛନ୍ତି ।ବୁଧବାର ମମତା ଅଭିଯୋଗ କରିଥିଲେ ଯେ, ‘ କିଛି ଲୋକ ଯାହାଙ୍କୁ ମୁଁ ଜାଣିନାହିଁ , ମୋତେ ଧକ୍କା ମାରି ତଳେ ପକାଇଦେଲେ। ଏହା ଦ୍ବାରା ମୁଣ୍ଡ, ପାଦ ଏବଂ ହାତରେ ଆଘାତ ଲାଗିଛି। ବହୁତ କଷ୍ଟ ହେଉଛି। ଆଜି ରାତିରେ ନନ୍ଦିଗ୍ରାମରେ ରହିଯିବି ଭାବୁଛି। ଚିକତ୍ସା ପାଇଁ କୋଲକାତା ଫେରିଯିବାକୁ ହେବ। ‘ ଏହାସହ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ କିମ୍ବା ଏସପି ଉପସ୍ଥିତ ନଥିବା ମଧ୍ୟ ଅଭିଯୋଗ କରିଥିଲେ ମମତା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ