ବଜାରରେ ସାମ୍ସଙ୍ଗ୍ ଗ୍ୟାଲେକ୍ସି ଏସ୍-୧ଠ
ନୂଆଦିଲ୍ଲୀ, (ଏଜେନ୍ସି): ଅଗ୍ରଣୀ ଇଲୋକ୍ଟ୍ରନିକ୍ସ୍ କମ୍ପାନୀ ସାମ୍ସଙ୍ଗ୍ ପକ୍ଷରୁ ଗ୍ୟାଲେକ୍ସି ଏସ୍-୧୦ ମୋବାଇଲର ବଜାର ପ୍ରବେଶ କରାଯାଇଛି । ଗ୍ୟାଲେକ୍ସିର ୧୦ ବର୍ଷ ପୂର୍ତ୍ତିପାଳନ ଅବସରରେ କମ୍ପାନୀ ପକ୍ଷରୁ ଗ୍ୟାଲେକ୍ସି-ଏସ୍ ୧୦-ଇ, ଗ୍ୟାଲେକ୍ସି-ଏସ୍ ୧୦ ଏବଂ ଗ୍ୟାଲେକ୍ସି-ଏସ୍ ୧୦ ପ୍ଲସ୍ର ନିର୍ମାଣ କରାଯାଇଛି । ଏସବୁ ଫୋନ୍ ରିଟେଲ ଷ୍ଟୋର ଏବଂ ଅନ୍ଲାଇନ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଫୋନ୍ରେ ଇନ୍ଫିନିଟି-ଓ ଡିସ୍ପ୍ଲେ, ଭର୍ସାଟାଇଲ୍ ପ୍ରୋ-ଗ୍ରେଡ଼୍ କ୍ୟାମେରା, ୱେୟାରଲେସ୍ ପାୱାର ଶେୟାର, ଇନ୍-ଡିସ୍ପ୍ଲେ ଅଲ୍ଟ୍ରାସୋନିକ୍ ଫିଙ୍ଗରପ୍ରିଣ୍ଟ ସ୍କାନର(କେବଳ ଗ୍ୟାଲେକ୍ସି-ଏସ୍-୧୦ ପ୍ଲସ୍ ଏବଂ ଏସ୍-୧୦ରେ) ଆଦି ବୈଶିଷ୍ଟ୍ୟ ରହିଛି । ଗ୍ୟାଲେକ୍ସି ଏସ୍-୧୦-ଇ ସ୍ମାର୍ଟଫୋନ୍ରେ ୫.୮ ଇଞ୍ଚ, ଗ୍ୟାଲେକ୍ସି ଏସ୍-୧୦ରେ ୬.୧ ଇଞ୍ଚ ଏବଂ ଗ୍ୟାଲେକ୍ସି ଏସ୍-୧୦ ପ୍ଲସ୍ରେ ୬.୪ ଇଞ୍ଚ ଆମଲୋଏଡ୍ ସ୍କିନ୍ ରହିଛି । ଗ୍ୟାଲେକ୍ସି-ଏସ୍-୧୦ ଏଚ୍ଡ଼ିଆର୍ ୧୦ ପ୍ଲସ୍ କଣ୍ଟେଟ୍କୁ ଉପଲବ୍ଧ କରାଇବାକୁ ସକ୍ଷମ । ଗ୍ୟାଲେକ୍ସି-ଏସ୍-୧୦ ପ୍ଲସ୍ ଏବଂ ଏସ୍-୧୦ରେ ଇନ୍-ଡିସ୍ ପ୍ଲେ ଅଲ୍ଟ୍ରାସୋନିକ୍ ଫିଙ୍ଗରପ୍ରିଣ୍ଟ ସ୍କାନର ରହିଛି । ସେହିଭଳି ଗ୍ୟାଲେକ୍ସି-୧୦ ସିରିଜ୍ରେ ବିକଶିତ କ୍ୟାମେରା ରହିଛି । ଗ୍ୟାଲେକ୍ସି-ଏସ୍-୧୦ ଏଚ୍ଡିଆର୍ ୧୦ ପ୍ଲସ୍ରେ ଟ୍ରିପିଲ୍ କ୍ୟାମେରା ରହିଛି । ଏଥିରେ ୧୨ ଏମ୍ପି ପ୍ରାଇମେରୀ କ୍ୟାମେରା, ୧୨ ଏମ୍ପି ଏବଂ ୧୬ ଏମ୍ପି ୱାଇଡ଼୍ ଆଙ୍ଗେଲଡ୍ କ୍ୟାମେରା ରହିଛି । ଏସ୍-୧୦ରେ ଦ୍ରୁତ ରେକର୍ଡିଂ ସୁବିଧା ବି ରହିଛି । ଏଥିରେ ନ୍ୟୁରାଲ ପ୍ରୋସେସିଂ ୟୁନିଟ୍ ରହିଥିବା ବେଳେ ଏଆଇ ଫଟୋ ଆସିଷ୍ଟ ଗ୍ୟାଲେକ୍ସି ବୈଶିଷ୍ଟ୍ୟ ରହିଛି । ଏଥିରେ ଏଆଇ, ୱାଇ-ଫାଇ, ୧୨ଜିବି ରାମ୍, ୨୯% ବିକଶିତ ପ୍ରୋସେସର, ୩୭% ବିକଶିତ ଜିପିଏସ୍ ସ୍ପିଡ୍, ୨.୦ ଜିବିପିଏସ୍ ପର୍ଯ୍ୟନ୍ତ ସ୍ପିଡ୍, ୧୫ ମିନିଟ୍ କୁଇକ୍ ଚାର୍ଜରେ ୧୭ ଘଣ୍ଟାର ବ୍ୟାଟେରୀ ଲାଇଫ୍ ରହିଛି ।
ସାମ୍ସଙ୍ଗ୍ ଗ୍ୟାଲେକ୍ସି ଏସ୍-୧୦ ପ୍ଲସ୍ ୧-ଟିବି, ୫୧୨ ଜିବି ଏବଂ ୧୨୮ ଜିବି ଭ୍ୟାରିଆଣ୍ଟ୍ରେ ଉପଲବ୍ଧ । ଏହାର ମୂଲ୍ୟ ଯଥାକ୍ରମେ ୧,୧୭,୯୦୦ଟଙ୍କା, ୯୧,୯୦୦ଟଙ୍କା ଏବଂ ୭୩,୯୦୦ଟଙ୍କା ରହିଛି । ଏହାର ୧ଟିବି ଏବଂ ୫୧୨ଜିବି ଭ୍ୟାରିଆଣ୍ଟ ଯଥାକ୍ରମେ ସେରାମିକ୍ ହ୍ୱାଇଟ୍ ଏବଂ ସେରାମିକ୍ ବ୍ଲାକ୍ ରଙ୍ଗରେ ଉପଲବ୍ଧ । ସେହିପରି ଏହାର ୧୨୮ଜିବି ଭ୍ୟାରିଆଣ୍ଟ ପ୍ରିମିୟମ୍ ପ୍ରିଜିମ୍ ବ୍ଲାକ୍, ପ୍ରିଜିମ୍ ହ୍ୱାଇଟ୍ ଏବଂ ପ୍ରିଜିମ୍ ବ୍ଲ୍ୟୁ ରଙ୍ଗରେ ଉପଲବ୍ଧ । ସାମ୍ସଙ୍ଗ୍ ଗ୍ୟାଲେକ୍ସି ଏସ୍-୧୦ ଫୋନ୍ ୫୧୨ ଜିବି ଏବଂ ୧୨୮ ଜିବି ଭ୍ୟାରିଆଣ୍ଟ୍ରେ ଉପଲବ୍ଧ । ଏହାର ମୂଲ୍ୟ ଯଥାକ୍ରମେ ୮୪,୯୦୦ଟଙ୍କା ଏବଂ ୬୬,୯୦୦ଟଙ୍କା ରହିଛି । ଏହା ଯଥାକ୍ରମେ ପ୍ରିଜିମ୍ ହ୍ୱାଇଟ୍ ଏବଂ ପ୍ରିଜିମ୍ ବ୍ଲାକ୍, ପ୍ରିଜିମ୍ ହ୍ୱାଇଟ୍ ତଥା ପ୍ରିଜିମ୍ ବ୍ଲ୍ୟୁ ରଙ୍ଗରେ ଉପଲବ୍ଧ ହେଉଛି । ସେହିପରି ଗ୍ୟାଲେକ୍ସି-ଇ ୧୨୮ ଭ୍ୟାରିଆଣ୍ଟରେ ଉପଲବ୍ଧ ହେଉଛି । ଏହାର ମୂଲ୍ୟ ୫୫,୯୦୦ଟଙ୍କା ରହିଛି । ଏହା ପ୍ରିଜିମ୍ ବ୍ଲାକ୍, ପ୍ରିଜିମ୍ ହ୍ୱାଇଟ୍ ରଙ୍ଗରେ ଉପଲବ୍ଧ । ଏହା ଉପରେ ୪,୯୯୯ଟଙ୍କାର ଏଚ୍ଡିଏଫ୍ସି କ୍ୟାସ୍ ବ୍ୟାକ୍ ଅଫର ଉପଲବ୍ଧ ହେଉଥିବା ବେଳେ ୬,୦୦୦ଟଙ୍କା ପର୍ଯ୍ୟନ୍ତ ଅପ୍ଗ୍ରେଡ୍ ଅଫର ଓ ୧୫,୦୦୦ଟଙ୍କାର ଅପ୍ଗ୍ରେଡ୍ ଅଫର ମିଳୁଛି । ଏୟାରଟେଲ୍ ପକ୍ଷରୁ ୩,୬୦୦ଟଙ୍କାର ୨୪ଟି ରିଚାର୍ଜ ୨୪ ମାସ ମଧ୍ୟରେ ଉପଲବ୍ଧ । ଏହା ୩୪୯ ଟଙ୍କାର ମାଇଁ ଏୟାରଟେଲ୍ ଆପ୍ ଦ୍ୱାରା ଉପଲବ୍ଧ । ଏହା ଏୟାରଟେଲ ଅନ୍ ଲାଇନ୍ ଷ୍ଟୋରରେ ୭,୪୯୯ଟଙ୍କାର ଡାଉନ୍ ପେମେଣ୍ଟଣ୍ଟ ଏବଂ ୨,୫୯୯ଟଙ୍କାର ଇଏମ୍ଆଇ ସୁବିଧାରେ ଉପଲବ୍ଧ । ସେହିପରି ଜିଓ ନେଟ୍ୱାର୍କରେ ଏହା ଉପରେ ୪,୯୯୯ଟଙ୍କା ବାର୍ଷିକ ପ୍ଲାନ୍ ସୁବିଧା ୩୫୦ ପ୍ଲସ୍ ୩୫୦ ଜିବି ହାଇ ସ୍ପିଡ୍ ଡାଟା, ଅନ୍ ଲିମିଟେଡ୍ ଭଏସ୍ ତଥା ୭୦୦ଜିବି ଡାଟା ଉପଲବ୍ଧ ହେବ । ଏହାଦ୍ୱାରା ୧୪,୯୯୭ ଟଙ୍କା ସଞ୍ଚୟ ହୋଇପାରିବ । ସେହିଭଳିି ଭୋଡାଫୋନ୍ ଦ୍ୱାରା ଗୋଟିଏ ବର୍ଷର ୬,୦୦୦ଟଙ୍କାର ନେଟ୍ ଫିକ୍ସ୍ ସବସ୍କ୍ରିପସନ୍ ସୁବିଧା, ରେଡ୍ ପୋ୍ଟପେଡ୍ ୪୯୯ଟଙ୍କାର ସୁବିଧା ଉପଲବ୍ଧ ରହିଛି ।