ବଜାର କମିଟିର ପୂର୍ବତନ ସଭାପତି ଅନନ୍ତଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଦୁହୁରିଆ ଶୁଭଲକ୍ଷ୍ମୀ କ୍ରସିଂ ବଜାର କମିଟି ଆନୁକୂଲ୍ୟରେ ବଜାର କମିଟିର ପୂର୍ବତନ ସଭାପତି ତଥା ମରଡପୁର ଗ୍ରାମର ଅନନ୍ତ ଚରଣ ସାହୁ ଓରଫ କାଳିଆଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଦୁହୁରିଆ ଠାରେ ଶୁଭଲକ୍ଷ୍ମୀ କ୍ରସିଂ ବଜାର କମିଟି ସଭାପତି ସୈାମ୍ୟରଞ୍ଜନ ସାହୁ, ସମ୍ପାଦକ ପ୍ରଦୀପ ନାଥଶର୍ମା, ମନୋରଞ୍ଜନ ବିଶ୍ୱାଳ, ଯୁବନେତା ଶକ୍ତିକାନ୍ତ ପାତ୍ର, ଦାମୋଦର ଜେନା, ଦୁର୍ଗା ପ୍ରସାଦ ନାଥଶର୍ମା, କୈଳାସ ସେଠୀ, ବସନ୍ତ ମଳିକ, କାହ୍ନୁଚରଣ ବିଶ୍ୱାଳ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ବିୟୋଗରେ ଶୋକବ୍ୟକ୍ତ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ