ବଜେଟ : ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ରେଳ, ୧୧୫୦ଟି ନୂତନ ଟ୍ରେନ୍‌ ଚଳାଚଳ ନେଇ ଘୋଷଣା

– ୧୫ ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପସେଟ
– ଆଦର୍ଶ କୃଷି ଆଇନକୁ ସବୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବ
– ଚାଷୀଙ୍କ ପାଇଁ ୧୬ ସୂତ୍ରୀ କାର୍ଯ୍ୟକ୍ରମ
– ୧୦୦ ଜଳାଭାବ ଜିଲ୍ଲାକୁ ଫୋକସ
– ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ପରିବହନ ପାଇଁ ସ୍ୱତନ୍ତ୍ର ରେଳ ଚାଲିବ
– ଭାରତୀୟ ଖାଦ୍ୟ ନିଗମ ଓ ୱେୟାରହାଉସିଂ କର୍ପୋରେସନ ଜରିଆରେ ଚାଷୀଙ୍କ ଜମିରେ ଗୋଦାମର ବ୍ୟବସ୍ଥା
– ରସାୟନିକ ସାର ବ୍ୟବହାର ହ୍ରାସ କରିବା ସହ ଜୈବିକ ସାର ପ୍ରୟୋଗ ବୃଦ୍ଧି କରିବା
– ୨୦୨୨-୨୩ ସୁଦ୍ଧା ମତ୍ସ୍ୟ ଉତ୍ପାଦନ ୨୦୦ ଲକ୍ଷ ଟନକୁ ପହଁଚାଇବା ଲକ୍ଷ୍ୟ
– ଚାଷୀଙ୍କୁ ୧୫ ଲକ୍ଷ କୋଟି ଋଣ ପ୍ରଦାନ ଲକ୍ଷ୍ୟ
ନୂଆଦିଲ୍ଲୀ : ଶନିବାର ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଭାରତୀୟ ରେଳବାଇର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଡିଜିଟାଲ୍‌ ଇଣ୍ଡିଆ ଯୋଜନାରେ ଓ୍ବାଇଫାଇ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ୫୫୦ ବ୍ୟବସ୍ଥା ପ୍ରଚଳନ ନେଇ ଘୋଷଣା କରାଯାଇଛି । ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳକୁ ଦ୍ରୁତଗାମୀ ଟ୍ରେନ୍‌ ତେଜସ୍‌ ଜରିଆରେ ସଞ୍ଜୋଗ କରାଯିବ । ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଏକ ଦ୍ରୁତଗାମୀ ଟ୍ରେନ୍‌ ଚଳାଚଳ ନେଇ ଘୋଷଣା କରାଯାଇଛି । ଘରୋଇ ଟ୍ରେନ୍‌ ଚଳାଚଳ କ୍ଷେତ୍ରରେ ୧୧୫୦ଟି ନୂତନ ଟ୍ରେନ୍‌ ଚଳାଚଳ କରାଯିବ ବୋଲି ଘୋଷଣା କରାଯାଇଛି । ସେହିପରି ବିଭିନ୍ନ କୃଷିଜାତ ସାମଗ୍ରୀର ପରିବହନ ନିମନ୍ତେ କିଷାନ ରେଲ ସେବାର ପ୍ରଚଳନ ନିମନ୍ତେ ଘୋଷଣା କରାଯାଇଛି । ୨୭୦୦ କିମିର ରେଳପଥ ବିଦ୍ୟୁତୀକରଣ ନେଇ ବଜେଟରେ ଘୋଷଣା କରାଯାଇଛି ।
ବ୍ୟାଙ୍କ୍‌ ଜମାକାରୀଙ୍କୁ ଅଧିକ ସୁରକ୍ଷା ପାଇଁ ଜମାକାରୀଙ୍କ ଜମା ରାଶିକୁ ଅଧିକ ସୁରକ୍ଷିତ କରିବାକୁ ସରକାରଙ୍କ ପକ୍ଷରୁ ନୂତନ ଘୋଷଣା କରାଯାଇଛି । ଏହିକ୍ରମରେ ୧ ଲକ୍ଷ ଟଙ୍କା ଯାଏ ମିଳୁଥିବା ବୀମା ରାଶିକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି । ଏହାଦ୍ଵାରା ଯଦି ବ୍ୟାଙ୍କ୍‌ ଦେବାଳିଆ ଘୋଷିତ ହୁଏ ତେବେ ସମ୍ପୃକ୍ତ ବ୍ୟାଙ୍କ ଗ୍ରାହକଙ୍କୁ ୫ ଲକ୍ଷ ଟଙ୍କା ଜମାରାଶି ଯାଏ ଅର୍ଥ ଫେରାଇବାକୁ ବାଧ୍ୟ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ