ବଜ୍ରପାତରେ ଚାରି ଗାଇ ମୃତ
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମହନା ବ୍ଲକ ଅନ୍ତର୍ଗତ ଗୋଠକେଳି ଗ୍ରାମରେ ଚାରି ଗାଈ ବଳଦ ପ୍ରାଣ ହରାଇଛନ୍ତି ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ସମୟରେ ବଜ୍ରପାତ ପ୍ରଭାଵରେ ପଶୁ ଗୁଡ଼ିକ ପ୍ରାଣ ହରାଇଛନ୍ତି।ସ୍ଥାନୀୟ ସରପଞ୍ଚ ସରସ୍ୱତୀ ମଲ୍ଲିକ ଏବଂ ସମିତିସଭ୍ୟ ସୁବାଷ ମଲ୍ଲିକ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ ।ଗ୍ରାମବାସୀ ମାନେ ସହାୟତା ଯୋଗାଇଦେବାକୁ ସାଧାରଣ ରେ ଦାବି ହେଉଛି।ଏଣୁ ପ୍ରଶାସନ ପକ୍ଷରୁ କିଛି ସାହାଯ୍ୟ ସହଯୋଗ ମିଳିବା ପାଇଁ ଗ୍ରାମର ରବି ମଳିକ, ମଦନ ମଳିକ, ଉଜଳ ମଳିକ, କାଳୀ ମଳିକ, ଏବଂ ଗ୍ରାମବାସୀମାନେ ସହାୟତା ଯୋଗାଇଦେବାକୁ ଦାବି କରୁଛନ୍ତି।


