ବଞ୍ଚୋ ଦଧିବାନଜୀୟୁଙ୍କ ତ୍ରୟୋଦଶତମ ବାର୍ଷିକ ଉତ୍ସବ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ହାଟଡିହି, (ବିକାଶ ବିଶ୍ୱାଳ ) : ମନ୍ଦିର ମାଳିନୀ ବଞ୍ଚୋ ଗ୍ରାମରେ ପ୍ରଭୂ ଦଧିବାବନଜୀୟୁଙ୍କ ମନ୍ଦିରର ତ୍ରୟୋଦଶତ୍ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ତିନିଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିନରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ଉପଲକ୍ଷେ ଆଜି ସକାଳୁ ବୈତରଣୀ ନଦୀରୁ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରାଯାଇଥିଲା । କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ସମୟରେ ପ୍ରତ୍ୟେକ ପରିବାର ପକ୍ଷରୁ ଧୂପ ଦ୍ୱୀପ ଦ୍ୱାରା ବନ୍ଦାପନା କରାଯିବା ସହ ଶଙ୍ଖ ହୁଳହୁଳୀ ଧ୍ୱନିରେ ଗ୍ରାମଟି ପ୍ରକମ୍ପିତ ହୋଇ ଉଠିଥିଲା । ପରେ ଦଧିବାବନଜୀୟଙ୍କ ମନ୍ଦିରରେ ନିର୍ମିତ ଯଜ୍ଞଶାଳାରେ କଳଶ ଗୁଡିକୁ ସ୍ଥାପନ କରାଯାଇ ପୂଜାକାର୍ଯ୍ୟ ଆରମ୍ଭ କରାଯିବା ସହ ଅଗ୍ନି ସ୍ଥାପନ କରାଯାଇଥିଲା । ଏଥି ନିମନ୍ତେ ଗ୍ରାମର ଅନେକ ମହିଳା ନିଜ ନିଜ ପରିବାରର ମଙ୍ଗଳ ମନାସୀ ବୈତରଣୀ ନଦୀରୁ ପୁଣ୍ୟଘଟ ଉତ୍ତୋଳନ କରି ନିଜ ନିଜ ଗୃହ ସମ୍ମୁଖରେ ସ୍ଥାପନ କରିଥିବା ଦେଖିବାକୁ ମିଳିଥିଲା । ସୁଶାନ୍ତ ବରାଳ, ପ୍ରତାପ ବେହେରା, ଗନ୍ଧର୍ବସେନ ମହାନ୍ତି, ବୀରକିଶୋର ଦାସ, ଅଚୁ୍ୟତାନନ୍ଦ ବରାଳ ପ୍ରମୁଖ କର୍ତ୍ତା ଭାବେ ସାମିଲ ହୋଇଥିବାବେଳେ ପଣ୍ଡିତ ପଦ୍ମନାଭ ପଣ୍ଡା, ଆନନ୍ଦ ଦାଶ, ଶ୍ରୀଧର ପାଢ଼ୀ, ନିତ୍ୟାନନ୍ଦ ପାଢ଼ୀ, ଅକ୍ଷୟ ପଣ୍ଡା ପ୍ରମୁଖ ବେଦମନ୍ତ୍ରରେ ପୂଜାକାର୍ଯ୍ୟ ସମ୍ପାଦାନ କରୁଛନ୍ତି । ଏଥିପାଇଁ ପ୍ରଭୂ ଦଧିବାବନଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ସକାଳ ୯ଟାରୁ ଦିନ ତମାମ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଗାଁରୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କ ପାଖରେ ପୂଜାର୍ଚ୍ଚନା କରି ପ୍ରସାଦ ସେବନ କରୁଛନ୍ତି । ସନ୍ଧ୍ୟାରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, କେନ୍ଦୁଝର ରାଣୀ ସୁନନ୍ଦିନୀ ଭଞ୍ଜଦେଓ, ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ମଞ୍ଚକୁ ଉଦଘାଟନ କରିବା ସହିତ ବଞ୍ଚୋ ଗ୍ରାମକୁ ଏକ ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଗ୍ରାମ ବୋଲି ଅଭିହିତ କରିଥିଲେ । ସନ୍ଧ୍ୟାରେ କଟକର ଏକ ଭଜନ ଗ୍ରୁପ ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିବାବେଳେ ହଜାର ହଜାର ଦର୍ଶକ ଏହାକୁ ଉପଭୋଗ କରିଥିଲେ । ଏଥିପାଇଁ ବଡଦାଣ୍ଡରେ ଅନେକ ଉଠାଦୋକାନୀ ମାନେ ସେମାନଙ୍କ ପସରା ମେଲେଇ ଦେଇଛନ୍ତି । ମନ୍ଦର କମିଟି ପକ୍ଷରୁ ଅନ୍ନପ୍ରସାଦ ବଣ୍ଟନ କରାଯାଉତôବାବେଳେ ସମଗ୍ର ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ