ବଡରମ୍ପାସ ଗ୍ରାମରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ହାଟଡିହି, (ବିକାଶ ବିଶ୍ୱାଳ) :-ବଡ ରମ୍ପାସ ଗ୍ରାମରେ ଜଣେ ଯୁବକଙ୍କ ସନେ୍ଦହଜନକ ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ତିଳୋତ୍ତମା ସାଙ୍କ ୨୮ବର୍ଷୀୟ ପୁଅ ନାରାୟଣ ସା ଗତ କାଲିଠାରୁ ନିଖୋଜ ଥିଲେ । ଆଜି ସକାଳେ କେହି ବ୍ୟକ୍ତି ଗାଁ ଠାରୁ ୨କିଲୋମିଟର ଦୁରରେ ଥିବା ସୁନାରୀ ଗଡିଆର ଏକ ବରଗଛରେ ତାର ମୃତଦେହ ଝୁଲୁଥିବା ଖବର ଦେବାପରେ ଶହଶହ ଲୋକଙ୍କ ଧାଡି ଛୁଟିଥିଲା । ପରିବାର ଲୋକେ ପହଞ୍ଚି ଚିହ୍ନଟ କରିଥିଲେ । ପାରିପାଶ୍ୱିକ ପରିସ୍ଥିତିକୁୁ ଦେଖି ନାରାୟଣ ଆତ୍ମହତ୍ୟା କରିଛି ନା ତାକୁ କେହି ହତ୍ୟାକରି ଟାଙ୍ଗି ଦେଇଛି ଏହାକୁନେଇ ଲୋକଙ୍କ ଭିତରେ ସନେ୍ଦହ ପ୍ରକଟ ହୋଇଛି । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ପୋଷ୍ଟମଟମ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ