ବଡରାଧାକାନ୍ତ ମଠ ପରିସରରେ ବ୍ରାହ୍ମଣ ସମାଜର ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ବଡରାଧାକାନ୍ତ ମଠ ପରିସରରେ ବ୍ରାହ୍ମଣ ସମାଜର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବ୍ରାହ୍ମଣ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ବ୍ରାହ୍ମଣ ଡ.ଶଙ୍କର ପ୍ରସାଦ ବକ୍ସି,ରାଜେନ୍ଦ୍ର ରଥ, ଅଶ୍ବିନୀ ପାଢୀ,ପଣ୍ଡିତ ଜଗନ୍ନାଥ ରଥଶର୍ମ। ଏବଂ ଦୁର୍ଗ। ପ୍ରସାଦ ରଥ ପ୍ରମୁଖ ମଞ୍ଚାସୀନ ହୋଇ ମାର୍ଗଦର୍ଶନ କରିଥିଲେ। ଆମର ଏହି ଗୃପରେ ୬ଶହରୁ ଅଧିକ ସଭ୍ୟ ସାମିଲ ରହିଥିବା ସତ୍ତ୍ବେ ଏହି ବୈଠକରେ ମାତ୍ର ୧ଶହ ରୁ ସାମାନ୍ୟ ଅଧିକ ଲୋକେ ସାମିଲ ହୋଇଥିଲେ। ତାହା ସାମନ୍ୟ ଦୁଃଖିତ କରିଥିଲେ ମଧ୍ୟ ଆଜିର ବୈଠକ ସଫଳ ହୋଇଛି ବୋଲି କହିବା କିଛି ଭୂଲ ହେବ ନାହିଁ। ଆଜିର ବୈଠକରେ ବ୍ରାହ୍ମଣ ସମାଜର ଉନ୍ନତି ପାଇଁ ବିଭିନ୍ନ ଆଲୋଚନା କରାଯାଇଥିଲା। ଅନେକ ବ୍ରାହ୍ମଣ ଆଲୋଚନାରେ ଅଂଶ ଗ୍ରହଣ କରି ସେମାନଙ୍କ ସୁଚିନ୍ତିତ ମତାମତ ଦେଇଥିଲେ। ସଂଘର ପରବର୍ତ୍ତି ବୈଠକ ଆସନ୍ତା ଏପ୍ରିଲ ୨୩ତାରିଖ ସକାଳ ୧୦ଟା ସମୟରେ ଧାର୍ଯ୍ୟ କରାଯାଇଛି। ସେହିଦିନ ସମସ୍ତେ ସାମିଲ ହୋଇ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବା ସହ ବ୍ରାହ୍ମଣ ସମାଜର ଉନ୍ନତିରେ ସାମିଲ ହେବେ ବୋଲି ଆଶା। ଆଜିର ବୈଠକରେ ସୀମାଞ୍ଚଳ ତ୍ରିପାଠୀଙ୍କ ସମେତ ଅନ୍ୟ ଯେଉଁମାନେ ନିଜର ମତ ରଖିଥିଲେ ତାହା କେବଳ ବ୍ରାହ୍ମଣମାନଙ୍କ ଏକତା ଏବଂ ସେମାନେ କିଭଳି ନିଜକୁ ନିଜେ ଚିହ୍ନି ପାରିବେ ସେନେଇ ଉପାଦେୟ ମତ ପୋଷଣ କରିଥିଲେ। ତେଣୁ ବ୍ରାହ୍ଣମାନଙ୍କୁ ଏକତ୍ରିତ କରିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ସେଥିରେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି। ତେଣୁ ଆପଣ ସମସ୍ତେ ନିଜର ସମର୍ଥନ ଏବଂ ସହଯୋଗ ଯୋଗାଇ ଦେଇ ଏକ ସମାଜକୁ ଏକତାର ସୂତ୍ରରେ ବାନ୍ଧି ରଖିବାରେ ସହାୟକ ହେବ ବୋଲି ଆମ ସମସ୍ତଙ୍କ ଆଶା ଓ ବିଶ୍ବାସ। ଆଜିର ବୈଠକ ସଫଳତାର ସହ ଆୟୋଜନ କରିବାରେ ସହାୟକ ହୋଇଥିବାରୁ ବରିଷ୍ଠ ବ୍ରାହ୍ମଣ ବସନ୍ତ କୁମାର ପଣ୍ଡା ଏବଂ ପ୍ରମୋଦ ଚନ୍ଦ୍ର ପଣ୍ଡାଙ୍କ ଉଦ୍ୟମ ନିଶ୍ଚିତ ଭାବେ ଆମ ପାଇଁ ପ୍ରେରଣା । ତେଣୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଆସନ୍ତା ବୈଠକରେ ଅଧିକରୁ ଅଧିକ ବ୍ରାହ୍ମଣ ଦେବତାମାନେ ଯୋଗଦେଇ ସଂଘକୁ ଆଗେଇ ନେବେ ବୋଲି ଆଶା ଓ ବିଶ୍ବାସ ରହିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ