ଜନ କଲ୍ୟାଣ ପ୍ରତିଷ୍ଠାନ ଗଜପତି ଆନୁକୁଲ୍ୟରେ ଭବ୍ୟ ସମ୍ବର୍ଥନା ସଂବର୍ଥନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ଅପରାହ୍ନରେ ଆପନ୍ନl ପରିଛା ଉଚ୍ଚପ୍ରଥମିକ ବିଦ୍ୟାଳୟରେ ଏକ ଭବ୍ୟ ସଂବର୍ଥନl ଉତ୍ସବ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ (ଗଜପତି)ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ପୌରହିତ୍ୟରେ ଏକ ଭବ୍ୟ ସଂବର୍ଥନା ଉତ୍ସବ ଅନୁଷ୍ଠିତ ହୋଇସାରିଛି।କାର୍ଯ୍ୟକ୍ରମର ମୁଖ୍ୟ ତଥା ଗଜପତିର ପୁରାତନ ଅନୁଷ୍ଠାନ ଜନ କଲ୍ୟାଣ ପ୍ରତିଷ୍ଠାନର ପ୍ରାଣ କର୍ତ୍ତା,ନିର୍ଦ୍ଦେଶକ,ସମ୍ପାଦକ ଦୁର୍ଗାମାଧବ ପଣ୍ଡା ବକ୍ତବ୍ୟ ପ୍ରସଙ୍ଗରେ କହିଲେ ଏହି ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ଜିଲ୍ଲାର ଏକମାତ୍ର ବିଦ୍ୟାଳୟ ଭାବେ ରାଜ୍ୟ ସ୍ତରୀୟ ସମ୍ମାନ ପାଇଛି ଏହାଠାରୁ ଗୌରବ ଆଉକିଛି ନାହିଁ। ଏହି ଅବସରରେ ପୌରlଧ୍ୟକ୍ଷ ନିର୍ମଳା ସେଠୀ ଶିକ୍ଷକ/ଶିକ୍ଷିକା ଙ୍କ ନିସର୍ଥ ଶିକ୍ଷା ଦେବା ଆମ ଜିଲ୍ଲାପାଇ ଆଣିଦେଇଛି ଏକ ବିରଳ ଗୌରବ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେଅଛନ୍ତି ଅଧ୍ୟକ୍ଷ diet ଡାକ୍ତର ମୁର୍ମୁ, ଏମ୍ ଉମାପତି,ମୂରଲୀଧର ପରିଛା,ସୁଲୋଚନା ରଇତ, ପ୍ରଧାନ ଶିକ୍ଷୟତ୍ରୀ ମୋନିଜି ନୀ ପାତ୍ର,ବର୍ଷା ରାଉତ, ରଜେଶ୍ୱରୀ ସ୍ୱାଇଁ, ଅଭୀପସା ଶବର ଯୋଗ ଦାନ କରି ନିଜସ୍ଵ ମତ ଦେଇଥିଲେ। ଶେଷରେ ସମସ୍ତ ଶିକ୍ଷକ ମାନଙ୍କୁ ଉତ୍ତରୀୟ ପ୍ରମାଣପତ୍ର ଏବଂ ଫୁଲ ତୋଡାଦେଇ ଜନକଲ୍ୟାଣ ପ୍ରତିଷ୍ଠାନ ଉତ୍ସବମୁଖର ସହ ସେମାନଙ୍କୁ ଆନ୍ତରିକ ସଂବର୍ଥନା ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ