ବଡ଼ଦିନ ଉପଲକ୍ଷେ ମୋ ପୋଲିସ ପକ୍ଷରୁ ବ୍ରାହ୍ମଣୀ ଗାଁରେ ବୈଠକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ କିଛି ଦିନ ପରେ ସାରା ବିଶ୍ୱରେ ପାଳନ ହେବ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଜୟନ୍ତୀ ବଡ଼ଦିନ ପର୍ବ । କିନ୍ତୁ କୋଭିଡ୍‍ -୧୯ ନିୟମକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ, ଧାର୍ମିକ ସ୍ଥଳ ବନ୍ଦ ରହିଥିବାରୁ ଏହି ବଡ଼ଦିନ ପାଳନ ହେବ କି ନାହିଁ ସେଥିପାଇଁ ଦ୍ୱନ୍ଦରେ ଥିଲେ ସମସ୍ତ ଖ୍ରୀଷ୍ଟ ବିଶ୍ୱାସୀ। ରାଜ୍ୟସରକାର ବଡ଼ଦିନ ପାଳନ କରିବାକୁ ଘୋଷଣା କରିବା ପରେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ମନରେ ଖୁସିର ଲହରି ଦେଖିବାକୁ ମିଳିଛି। ସରକାରଙ୍କ ନୂତନ ଗାଇଡଲାଇନ୍‍ ଅନୁଯାୟୀ ପାଳନ ହେବ ବଡ଼ଦିନ ପର୍ବ। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଆଠଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତିସଭ୍ୟ, ସ୍ଥାନୀୟ ନେତୃ ବୃନ୍ଦ, ବୁଦ୍ଧିଜିବୀ, ଯାଜକ ଓ ପାଳକମାନଙ୍କୁ ନେଇ ବ୍ରାହ୍ମଣୀଗାଁ ସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ପୁଲିସ ପ୍ରଶାସନ ପକ୍ଷରୁ ଶନିବାର ଏକ ଜରୁରୀ କାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ରଂଜିତ କୁମାର ମୁନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ସମିତି ଅଧ୍ୟକ୍ଷା ରୁଦା ମଲ୍ଲିକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷ ରମାକାନ୍ତ ବଳିୟାର  ସିଂ, ସରପଞ୍ଚ  ରମେଶ ମାଝୀ ,ଏସ୍‍. ଆଇ ସଂଗ୍ରାମ କେଶରୀ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ ବୈଠକରେ କୋଭିଡ୍‍ ନିୟମାନୁଯାୟୀ ଶାନ୍ତି ଶୃଙ୍ଖଳାର ସହ କିପରି ବଡ଼ଦିନ ପର୍ବ ପାଳନ ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଥାନା ଅଧିକାରୀ ଶ୍ରୀ ମୁନୀ ସରକାରଙ୍କ ସମସ୍ତ ନିୟମାବଳୀ ଉପସ୍ଥାପନା କରିଥିଲେ। ପ୍ରତ୍ୟେକ ଗୀର୍ଜା ଗୃହ ରେ ପରିଚାଳନା କମିଟି ଶ୍ରଦ୍ଦାଳୁ ମାନଙ୍କ ପାଇଁ ସାନିଟାଇଜର , ମାସ୍କ ବ୍ୟବହାର କରିିବା ଓ ସାମାଜିକ ଦୂରତା କୁ ବଜାଇ ରଖିବା ପ୍ରତିଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ। ଏତଦ୍‍ ବ୍ୟତୀତ ଗାଡି ମୋଟର ଚାଳକ ମାନେ ସତର୍କତା ଅବଲମ୍ବନ କରିବେ ହେଲମେଟ ,ସିଟବେଲ୍ଟ ବ୍ୟବହାର କରିବେ ,ଇନ୍ସୁରାନ୍ସ ଓ ଅନ୍ୟାନ୍ୟ କାଗଜ ପତ୍ର ପ୍ରସ୍ତୁତ କରି ରଖିବାକୁ ସତର୍କ କରାଇଥିଲେ। ଏହି ବୈଠକ ପରେ ବ୍ରାହ୍ମଣୀଗାଁ ଡିନେରୀ ର ଡିନ୍‍ ଯାଜକ ପ୍ରଫୁଲ ସଭାପତି ଏବଂ ଟ୍ରାଇବାଲ ଡାଇସେସ୍‍ ଅଫ କନ୍ଧମାଳର ପରାମର୍ଶ ଦାତା ନାଗେଶ୍ୱର ପ୍ରଧାନ, ପାଷ୍ଟର ଫେର୍ନାନ୍ଦ ମଲ୍ଲିକ ପ୍ରମୁଖ ସ୍ଥାନୀୟ ପ୍ରଶାସନର ନିଷ୍ପତିକୁ ସ୍ୱାଗତ କରିବା ସହ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଏବଂ କୋଭିଡ ନିୟମ ମାନି ନିରାଡାମ୍ବର ଭାବେ ଏହିବର୍ଷ ର ଖ୍ରୀଷ୍ଟ ଜୟନ୍ତି ପର୍ବ ପାଳନ କରିବାରେ ସହେଯାଗ କରିବାକୁ ସମସ୍ତ ମଣ୍ଡଳୀର ବିଶ୍ୱାସୀ ମାନଙ୍କୁ ଆହ୍ୱାନ କରିବା ସହ ବଡ଼ ଦିନର ଶୁଭେଛା ଜଣାଇଛନ୍ତି। ଶେଷରେ ଆମଗାଁ ଅନୁଷ୍ଠାନର ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଦେଇଥଲେ ଏବଂ ଶ୍ରୀ ମୁନୀ ଅଞ୍ଚଳବାସୀଙ୍କୁ ବଡ଼ ଦିନର ଶୁଭେଛା ଜଣାଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ