ବନ୍ଧୁ ସଂଗଠନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଲର ବନ୍ଧୁ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସ୍ୱଚ୍ଛଭାରତ ଅଭିଯାନ ଆଜି ଅନୁଷ୍ଠିତ ହୋଇଯାଇଛି । ସଂଗଠନର ପ୍ରକଳ୍ପ ପରିଚାଳକ ସଚ୍ଚିଦାନନ୍ଦ ଶାସିନିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସଫେଇ ହୋଇଥିଲା । ସଂଗଠନର କ୍ଷତ୍ରୀୟ ସଂଗଠକ ସାବିତ୍ରୀ ଜେନା, ସରସ୍ୱତୀ ସେଠୀ, ଲିଜାରାଣୀ ସାମଲ,ପ୍ରଜ୍ଞା ପରମିତା ବାରିକ ଓ ସୁଜାତା ଜେନାଙ୍କ ନେତୃତ୍ୱରେ ମେଡିକାଲ ପରିସର ସମେତ ଆଖପାଖ ଅଞ୍ଚଳ ସଫେଇ ହୋଇଥିଲା । ଏହି ସ୍ୱଚ୍ଛ ଭାରତ ଅଭିଯାନରେ ସ୍ୱେଚ୍ଛାସେବୀ ସଭ୍ୟା ସରସ୍ୱତୀ ସାହୁ, ପ୍ରମିଳା ବିଶ୍ୱାଳ, ରମାମଣୀ ସାମଲ, ରଜନୀ ମୁଣ୍ଡା, ନମିତା ପାତ୍ର, ପଦ୍ମାବତୀ ବିଶ୍ୱାଳ, ଅର୍ଣ୍ଣପୂର୍ଣ୍ଣା ବିଶ୍ୱାଳ, ମଂଜୁଲତା ସାହୁ, ବାସନ୍ତୀ ଜେନା ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ