ବନ୍ୟା ପିଡ଼ିତ ଙ୍କୁ ଉଦ୍ଧାର କଲା ସ୍ଥାନୀୟ ପ୍ରଶାସନ
ତିର୍ତୋଲ (ଅଭିଷେକ ତ୍ରିପାଠୀ ): ମହାନଦୀ ରେ ଆସିଥିବା ମହା ବନ୍ୟା ଜଳ ଏବେ ତିର୍ତୋଲ ଅଞ୍ଚଳର ସମସ୍ତ ତଳିଆ ଅଞ୍ଚଳ ରେ ପଶିଥିବା ବେଳେ ଏହି ବ୍ଲକ ଅଧୀନ ରେ ଥିବା ତରଜଙ୍ଗା ଗ୍ରାମପଂଚାୟତ ର କୋଟକଣl ର ମୁଣ୍ଡା ବସ୍ତି ମହାନଦୀ ର ବନ୍ୟା ଜଳରେ ସମ୍ପୂର୍ଣ୍ଣ ବୁଡି ଯାଇଥିବା ବେଳେ, ଏହି ବସ୍ତିର ଶତାଧିକ ଲୋକଙ୍କୁ ସ୍ଥାନୀୟ ପ୍ରଶାସନ, ବିଡ଼ିଓ, ତହସିଲଦାର ଓ ସରପଞ୍ଚ ବସନ୍ତ କୁମାର ସେଠି ସେମାନଙ୍କୁ ବନ୍ୟା ଅଞ୍ଚଳରୁ ଉଦ୍ଧାର କରି ସ୍ଥାନୀୟ ତରଜଙ୍ଗା ଉଚ୍ଚ ବିଦ୍ୟାଳୟ ରେ ରହିବା ଓ ରନ୍ଧା ଖାଦ୍ୟ ଖାଇବା ର ବନ୍ଦୋବସ୍ତ କରାଇଛନ୍ତି l ବାଲିପାଟଣା ର ଏକ ଇଟା ଭାଟିର ଶ୍ରମିକ ବନ୍ୟା ଜଳରେ ଫସି ରହିଥିବା ବେଳେ କିଛି ଶ୍ରମିକ ଙ୍କୁ ସ୍ଥାନୀୟ ପ୍ରଶାସନ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କରି ସେମାନଙ୍କୁ ରହିବା, ଓ ରନ୍ଧା ଖାଦ୍ୟ ର ବ୍ୟବସ୍ଥା କରିଛନ୍ତି l