ବନ ବିଭାଗ ଭୁଲିଗଲା ନିଜ ଦାୟିତ୍ଵ ମଣିଷ ଖିଆ ହାତୀ ଗାଁକୁ ଜଗି ବସିଛନ୍ତି ଗ୍ରାମବାସୀ

କଳାହାଣ୍ଡି,(ଚିତ୍ତରଞ୍ଜନ ବିଶି):କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ବର୍ଷ ତମାମ ଜଙ୍ଗଲୀ ହାତୀ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ପ୍ରତ୍ୟୋକ ଦିନ ଜଙ୍ଗଲୀ ହାତୀପଲ ଗାଁ ମୁହାଁ ହୋଇ ଅନେକ ଲୋକଙ୍କ ଘର ଭାଙ୍ଗିବା ସହିତ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟାଉଛି। ତେବେ ଏହି ଏକୁଟିଆ ଦନ୍ତାଟି ଗତ ୨୧ ଦିନ ତଳେ ଦୁଇ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ବର୍ତ୍ତମାନ ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ତୁର୍କା ଗାଁ ନିକଟରେ ଥିବା ଜଙ୍ଗଲରେ ରହି ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛି। ଫଳରେ ଗତ ଦୁଇ ଦିନ ହେଲା ହାତୀ ଆକ୍ରମଣରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି, ବାଜାବଜେଇ ତୁର୍କା ଗାଁବାସୀ ଜଗିଛନ୍ତି। ସୂଚନାଯୋଗ୍ୟ ଲାଞ୍ଜିଗଡ଼ ଅଞ୍ଚଳରେ ହାତୀ ମଣିଷ ଲଢେ଼ଇ ଭିତରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ। କିନ୍ତୁ ବହୁଦିନ ଧରି ଅଞ୍ଚଳରେ ଗୋଟିଏ ଦନ୍ତା ହାତୀ ଘୁରି ବୁଲୁଥିବା ବେଳେ ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି। ଗତ ଫେବୃୟାର ମାସ ୨ ତାରିଖ ବିଳମ୍ବିତ ରାତିରେ ଲାଖବାହାଲି ପଞ୍ଚାୟତ ସ୍ଥିତ କାଦୋମାଳି ଗାଁରେ ଏହି ଏକୁଟିଆ ଦନ୍ତା ହାତୀ ଘଟାଇଥିଲା ଏକ ଅଭାବନୀୟ ଘଟଣା। ନିଜ ଚାଷ ଜମିରେ ଘର ତିଆରି କରି ରହୁଥିଲେ ଦୁଇ ପରିବାର। ଫେବୃୟାରୀ ୨ତାରିଖ ଶନିବାର ବିଳମ୍ବିତ ରାତିରେ ଜଙ୍ଗଲରୁ ଗାଁ ମୁହାଁ ହୋଇ ପ୍ରଥମେ ମୁଗୁନା ମାଝୀ ଓ ତାଙ୍କ ସ୍ତ୍ରୀ ଗାଦ ମାଝୀଙ୍କୁ କଚାଡି ମାରି ତାଙ୍କ ଶରୀରକୁ ଖଣ୍ଡବିଖଣ୍ଡିତ କରି ଏଣେତେଣେ ଫୋପାଡ଼ି ଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହି ଦିନଠାରୁ ଏହି ନରହନ୍ତା ମଣିଷ ଖିଆ ଦନ୍ତା ହାତୀ ଲାଞ୍ଜିଗଡ଼ ବ୍ଲକର ପ୍ରତ୍ୟୋକ ଅଞ୍ଚଳରେ ଘୁରିବୁଲୁ ଦେଖିବାକୁ ମିଲୁଛି। ଏହି ହାତୀ ଗତ ସପ୍ତାହରେ ବନ୍ଦପାରି ଓ ବେନଗାଁ ଅଞ୍ଚଳରେ ଘୁରି ବୁଲୁଥିବା ଲୋକେ ଦେଖି ଆତଙ୍କିତ ହୋଇ ପଡ଼ିଥିଲେ। ସେହିପରି ଗତ ଦୁଇ ଦିନ ଧରି ଲାଞ୍ଜି ପଞ୍ଚାୟତର ତୁର୍କାଗାଁ ନିକଟରେ ଥିବା ଜଙ୍ଗଲରେ ରହିଥିବା ବେଳେ ସଞ୍ଜ ହେଲେ ଗାଁ ମୁହାଁ ହେଉଛି ଓ ପ୍ରବଳ ଗର୍ଜନ ଦେଉଛି। ଫଳରେ ତୁର୍କାଗାଁ ଲୋକେ ଭୟଭୀତ ଅବସ୍ଥାରେ ରହି ଗାଁର ଚାରି ଆଡେ ନିଆଁ ଜାଳି ରହିବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି। ତେବେ ବନ ବିଭାଗ ଘଟଣା ସ୍ଥଳକୁ ଆସୁନଥିବା ବେଳେ ବନବିଭାଗ ପାଖରେ ଏସମ୍ପର୍କରେ କୌଣସି ଖବର ନାହିଁ ନା ଖବର ଥାଇ ମଧ୍ୟ ବନବିଭାଗ ଦୁର୍ଗମ ଅଞ୍ଚଳ ବୋଲି ହାତୀ ଘୋହଡ଼ାଇବାକୁ କୁଣ୍ଠାବୋଧ ହେଉଛି କି ଚେଇଁ ଶୋଇଛନ୍ତି ବନବିଭାଗ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ ଲାଞ୍ଜିଗଡ଼ ଅଞ୍ଚଳ ଲୋକେ ଚଳିତ ମାସ ଫେବ୍ରୁଆରୀ ୨ ତାରିଖରେ ଘଟିଥିବା ଲୋମହର୍ଷ କାରି ଘଟଣାକୁ ଏବେ ଯାଏଁ ଭୁଲି ନ ଥିବା ବେଳେ ବନବିଭାଗ ସେହି ଅଞ୍ଚଳକୁ ଯାଇ ହାତୀର ଗତିପଥ ଉପରେ ଲକ୍ଷ ନ ରଖି ଚୁପଚାପ ରହୁଛି ବୋଲି ଅଞ୍ଚଳବାସୀ ନିରାଶ ହୋଇ ମତପ୍ରକାଶ କରିଛନ୍ତି। ତେବେ ଏ ସମ୍ପର୍କରେ ମୂଷାନାଳ ଫରେଷ୍ଟରଙ୍କୁ ପଚାରିବାରୁ ଆମ ସେକ୍ସନରେ ସେହି ଅଞ୍ଚଳ ଆସୁନାହିଁ। ସେହି ଅଞ୍ଚଳ ଭଟାଙ୍ଗପଦର ସେକ୍ସନ ଏରିଆରେ ଅଛି ବୋଲି କହିଛନ୍ତି। ଏହାପରେ ଭଟାଙ୍ଗପଦର ଫରେଷ୍ଟରଙ୍କୁ ଯୋଗାଯୋଗ କରିଥିଲେ ହେଁ ତାଙ୍କର କିଛି ପ୍ରତିକ୍ରିୟା ମିଳିପାରିନାହିଁ ନାହଁ। ତେବେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ବନବିଭାଗ ଏତି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ