ବନ ମହୋତ୍ସବ ସଚେତନତା ସଭା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ୭୭ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇକୋ କ୍ଳବ୍ ଏବଂ ବିଦ୍ୟାଳୟ କ୍ୟାବିନେଟ ତରଫରୁ ଆୟୋଜିତ ମହୋତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ,ଛାତ୍ରୀ ଛାତ୍ର ଏବଂ ନୂଆପଡ଼ା ବନ ବିଭାଗ ସେକ୍ସନର ବନ କର୍ମଚାରୀ ମାନେ ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିବରାମ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ନୂଆପଡ଼ା ଫରେଷ୍ଟର ଇଶା. ଗଣେଶ ,ଫରେଷ୍ଟ ଗାର୍ଡ ବିକ୍ରମ ପଣ୍ଡା , ସୁମିତ୍ରା ପ୍ରଧାନ , ପାରା ବନ କର୍ମଚାରୀ ସଂଗ୍ରାମ ସିଂ , ସାଗର ପ୍ରଧାନ ଙ୍କ ସମେତ ଶିକ୍ଷୟତ୍ରୀ ଜ୍ୟୋତି ମହାରଣା , ଶିକ୍ଷକ ନରେନ୍ଦ୍ର ସାହୁ , ରାମଚନ୍ଦ୍ର ପ୍ରଧାନ , ଭଗବାନ ପାତ୍ର ପ୍ରମୁଖ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପରିବେଶ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ତେଣୁ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ବୃକ୍ଷରୋପଣର ଆବଶ୍ୟକତା ରହିଥିବା ନେଇ ଉପସ୍ଥିତ ଛାତ୍ରୀ ଛାତ୍ର ଏବଂ ଅଭିଭାବକ ମାନଙ୍କୁ ଉଦବୋଧନ ଦେଇ ସଚେତନ କରାଇଥିଲେ। ଏହି ଅବସରରେ ‘ ଗଛଟିଏ ମାଆଙ୍କ ନାଁ ରେ ’ କାର୍ଯ୍ୟକ୍ରମ ଜରିଆରେ ବିଦ୍ୟାଳୟର ଚତୁଃପାର୍ଶ୍ଵରେ ବନବିଭାଗ କର୍ମଚାରୀ, ଶିକ୍ଷୟତ୍ରୀ ଶିକ୍ଷକ ଏବଂ ଛାତ୍ରୀ ଛାତ୍ର ମାନଙ୍କ ଦ୍ବାରା ୫୦ ରୁ ଉର୍ଦ୍ଧ୍ୱ ବିଭିନ୍ନ କିସମର ଔଷଧୀୟ ଚାରା ରୋପଣ କରାଯାଇଥିଲା । ଏଥିସହ ୧୫୦ ରୁ ଉର୍ଦ୍ଧ୍ୱ ଚାରା ଅଭିଭାବକ ମାନଙ୍କୁ ବଣ୍ଟନ କରାଯାଇଥିଲା । ଏହି ବନ ମହୋତ୍ସବ କୁ ବିଦ୍ୟାଳୟ ଇକୋ କ୍ଳବର ସମସ୍ତ ସଦସ୍ୟ , ଶିକ୍ଷୟିତ୍ରୀ ଶିକ୍ଷକ , ବନ କର୍ମଚାରୀ ବୃନ୍ଦ ଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ ପ୍ରତିମା ଦେବୀ ପ୍ରମୁଖ ପରିଚାଳନା କରିଥିଲେ ।


