ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ମାନୁନାହାନ୍ତି ଅତିରିକ୍ତ ତହସିଲଦାର

କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି କେନ୍ଦ୍ରାପଡାର ଅତିରିକ୍ତ ତହସିଲଦାର। ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ କରିଛନ୍ତି କେନ୍ଦ୍ରାପଡା ସହରର ସେକ ଜମିରୁଦ୍ଦିନ, ମୀର ମହମ୍ମଦ ଅଲ୍ଲୀ ଓ ସେକ ୱାସିମ ଆକ୍ରମ। ଏହି ଯୁବକମାନେ ସେମାନଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ସେମାନେ ବଡହାଟରେ ମୋବାଇଲ ଦୋକାନ ଓ ଚୁଡି ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ ଏହି ଦୋକାନ ଉପରେ ଦେବୋତ୍ତର ବିଭାଗ ମାମଲା ଦାୟର କରିଥିଲେ। ଏହି ମାମଲା ବିରୋଧରେ ବ୍ୟବସାୟୀମାନେ ଉଚ୍ଚ ନ୍ୟାୟାଳୟରୁ ସ୍ଥିତାବସ୍ଥା ଆଦେଶ ଶୁକ୍ରବାର ଆଣିଛନ୍ତି। କିନ୍ତୁ କେନ୍ଦ୍ରାପଡା ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁ ଦୋକାନ ନିକଟରେ ଆଜି ପହଞ୍ଚି ବେଆଇନ ଭାବେ ଦୋକାନରେ ତାଲା ପକାଇବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ବ୍ୟବସାୟୀମାନେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଦେଖାଇଥିଲେ। କିନ୍ତୁ ଅତିରିକ୍ତ ତହସିଲଦାର ଏହାକୁ ଭୃକ୍ଷେପ ନକରି ବ୍ୟବସାୟୀମାନଙ୍କୁ ଗାଳିଗୁଲଜ କରିଥିବା ସେମାନେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏସଂକ୍ରାନ୍ତରେ ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁଙ୍କୁ ପଚାରିବାରୁ ସେ କହିଲେ ଦେବୋତ୍ତର ଆୟୋଗଙ୍କ ନିର୍ଦେଶ ବଳରେ ଆମେ ଦୋକାନ ବନ୍ଦ କରିବାକୁ ଆସିଥିଲୁ। ଆମେ ଦୋକାନରେ ବେଆଇନ ଭାବେ ତାଲା ପକାଇବାକୁ କୈାଣସି ଉଦ୍ୟମ କରିନଥିଲୁ। ଜଣେ ସରକାରୀ ଅଧିକାରୀ ଭାବେ ହାଇକୋର୍ଟଙ୍କ ନିର୍ଦେଶକୁ ମୁଁ କେବେ ଅବହେଳା କରିବି ନାହିଁ ବୋଲି କହିଛନ୍ତି ଶ୍ରୀ ଗୁରୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ