ବରଗଡରେ ନାମାଙ୍କନ ପତ୍ର ଦାଖଲରେ କେନ୍ଦ୍ରମନ୍ତ୍ରୀ
ବରଗଡ: ଓଡିଶା ନିର୍ବାଚନର ଏକ ପ୍ରମୁଖ ଋଣକ୍ଷେତ୍ର ହେବ । ବିଗତ ୧୯ ବର୍ଷରେ ଚାଷୀ ମାନଙ୍କ ସବୁଠୁ ଉତ୍ପୀଡନ ବରଗଡ ଅଂଚଳର ଚାଷୀମାନେ ହୋଇଛନ୍ତି । ଏହି ଜିଲ୍ଲାରେ ପିଇବା ପାଣି, ରୋଜଗାର, ଜଳସେଚନ, ଅଭାବି ବିକ୍ରି, ସ୍ୱାସ୍ଥ୍ୟ ସେବା ବି ର୍ଯ୍ୟସ୍ତ ହୋଇଥିବା ବେଳେ ଦୁର୍ନୀତିର ଗନ୍ତାଘର ବରଗଡ ପାଲଟିଛି । ଗତ ଉପ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାର ଉତର ଦେବାର ମଧ୍ୟ ସମୟ ଆସିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କୁ ଏଥର ଓଡିଆ ଲୋକମାନେ ହରେଇବେ ବୋଲି କହିଛନ୍ତି । ବରଗଡରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ପ୍ରଧାନ କହିଛନ୍ତି ଯେ ବରଗଡ ଜିଲ୍ଲା ଏଥର ଓଡିଶା ରାଜନୀତିର ଏକ ବହୁଚର୍ଚ୍ଚିତ ନିର୍ବାଚନ ସାମ୍ନା କରିବାକୁ ଯାଉଛି । ବରଗଡ ଲୋକସଭାର ପ୍ରାର୍ଥୀପତ୍ର ଭାରତୀୟ ଜନତା ପାର୍ଟି ତରଫରୁ ଦାଖଲ କରାଗଲା । ବିଜେପିର ରାଷ୍ଟ୍ରୀୟ ସମ୍ପଙ୍କଦକ ସୁରେଶ ପୂଜାରୀ ନାମାଙ୍କନ ପତ୍ର ଭରିଛନ୍ତି । ସେହି ରି ବରଗଡ, ଅତାବିରା ଓ ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳିରେ ମଧ୍ୟ ଦଳୀୟ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବରଗଡର ଲୋକସଭା ଏବଂ ଏହାର ଅଧୀନରେ ଥିବା ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାଟିକୁ ବହୁତ ଭୋଟରେ ଜନ ଆଶୀର୍ବାଦ ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅତୁଟ ବିଶ୍ୱାସ ବରଗଡ ଜିଲ୍ଲାବାସୀଙ୍କ ଉପରେ ଅଛି ।