ବରଡିପଲ୍ଲୀ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ଘଟଣା, ଡ୍ରାଇଭର ଗିରଫ, ଟ୍ରକ ଜବତ

ବୁଗୁଡା, (ଅନିଲ କୁମାର ମହାରଣା):ଗତ ଦୀପାବଳି ରାତ୍ରରେ ବରଡିପଲ୍ଲୀ ଗ୍ରାମରେ ଘର ବାରଣ୍ଡାରେ ଟ୍ରକ ମାଡିଯିବା ଯୋଗୁଁ ପରିବା ବ୍ୟବସାୟୀ କାଳିଆ ନାୟକଙ୍କ ମୃତ୍ୟୁ ଘଟଣାରେ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ ହୋଇଥିବା ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ଗତ ନଭେମ୍ବର ୪ ତାରିଖ ଦିନ ରାତ୍ର ପ୍ରାୟ ୧୦ ଟା ସମୟରେ ଏକ ଟ୍ରକ ବୁଗୁଡା ଥାନା ଅନ୍ତର୍ଗତ ବରଡିପଲ୍ଲୀ ଶ୍ରୀରାମ ନଗର ର ଏକ ଘରର ବାରଣ୍ଡାକୁ ଚଢି ଚାଲିଯାଇଥିବା ବେଳେ ପରିବା ବ୍ୟବସାୟୀ କାଳିଆ ନାୟକ ଗୁରୁତର ଆହତ ହୋଇ ପ୍ରଥମେ ବୁଗୁଡା ଓ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ କାଳିଆଙ୍କ ଦେହାନ୍ତ ହୋଇଥିଲା। ଏନେଇ ପରିବାର ଲୋକେ ଲିଖିତ ଅଭିଯୋଗ ଦେବାପରେ ବୁଗୁଡା ଥାନା କେସ ନମ୍ବର ୫୮୨/ ୦୬-୧୧-୨୧ ପ୍ରକାରେ ଏକ ମାମଲା ରୁଜୁ ହେବାସହ ତଦନ୍ତ ଦାୟିତ୍ବ ସହ ଉପ ଆରକ୍ଷୀ ନିରୀକ୍ଷକ ଯୁଧିଷ୍ଠିର ମହାଙ୍କୁଡ ଗ୍ରହଣ କରିଥିଲେ। ତଦନ୍ତ ପରେ ଡ୍ରାଇଭର ରାଜେଶ କୁମାର ପ୍ରଧାନଙ୍କୁ ଗିରଫ କରାଯାଇ ନଭେମ୍ବର ୮ ତାରିଖ ଦିନ କୋର୍ଟ ଚାଲାଣ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ