ଘୁମୁସର ତାଲୁକା ବିଶ୍ଵକର୍ମା ସମାଜର ନୂତନ ସମ୍ପାଦକ ମନୋନୀତ
ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦରରେ ଅବସ୍ଥିତ ବିଶ୍ଵକର୍ମା ଭାବନରେ ନଭେମ୍ବର ୦୮ ତାରିଖ ଦିନ ଘୁମୁସର ତାଲୁକା ବିଶ୍ଵକର୍ମା ସମାଜର ଏକ ବୈଠକ ଅନୁଷ୍ଠିତ ହୋଇ ନୂତନ ସମ୍ପାଦକ ମନୋନୀତ କରାଯାଇଛି। ଘୁମୁସର ତାଲୁକା ବିଶ୍ଵକର୍ମା ସମାଜର ସଭାପତି ସୂର୍ଯ୍ୟ ନାରାୟଣ ମହାରଣାଙ୍କ ଅଧ୍ୟକ୍ଷତାରେ ସଂଗଠନର ବୈଠକ ଅନୁଷ୍ଠିତ ହୋଇଥିଲା। ବିଶ୍ଵକର୍ମା ସମାଜର ପୂର୍ବତନ ସମ୍ପାଦକ ସ୍ୱର୍ଗତ ରତ୍ନାକର ମହାରଣାଙ୍କ କୋଭିଡ ସଂକ୍ରମଣରେ ଦେହାନ୍ତ ହୋଇଥିବା ବେଳେ ସମ୍ପାଦକ ପଦବୀ ପୂରଣ ହୋଇନଥିବା ସଭାପତି ପ୍ରକାଶ କରିଥିଲେ। ସେହି ସାମ୍ବିଧାନିକ ପଦବୀ ପୂରଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଆଲୋଚନା ପରେ ଆସନ୍ତା ମହାସଭା ପର୍ଯ୍ୟନ୍ତ ବାଲିପଦର ମୁଠା ସଦସ୍ୟ ସନ୍ୟାସୀ ମହାରଣା ସମ୍ପାଦକ ଭାବେ କାର୍ଯ୍ୟ ପରିଚାଳନା କରିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥିସହ ବିଶ୍ଵକର୍ମା ଭବନ ପରିସରରେ ବିଶ୍ଵକର୍ମା ସମାଜର ଗୌରବ ଶିଳ୍ପୀ ସ୍ବର୍ଗତ ଯୋଗୀ ମହାରଣାଙ୍କ ପ୍ରତିମୂର୍ତ୍ତି ତୁରନ୍ତ ପ୍ରତିଷ୍ଠା କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ଏହି ବୈଠକରେ ତାଲୁକାର ରାଜଶ୍ରୀ ପ୍ରଭାକର ମହାରଣା, ଉପଦେଷ୍ଟା ରାଜେନ୍ଦ୍ର ମହାରଣା, ହରି ମହାରଣା, ଦୁଃଖିଶ୍ୟାମ ମହାରଣା, ପ୍ରାଣକୃଷ୍ଣ ମହାରଣା, କୋଷାଧ୍ୟକ୍ଷ ଗଣପତି ମହାରଣା, ବଳରାମ ମହାରଣା, ତ୍ରିଲୋଚନ ମହାରଣା, ସରୋଜ ମହାରଣା, କୃଷ୍ଣ ମହାରଣା, ପତିତ ମହାରଣା, ସୁରେନ୍ଦ୍ର ମହାରଣା ପ୍ରମୁଖ ସଦସ୍ୟ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ରାଜେନ୍ଦ୍ର ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ।


