ବରିଷ୍ଠ ଓକିଲ ଟି ନାରାୟଣ ମୂର୍ତ୍ତିୀଙ୍କୁ ଚଳିତ ବର୍ଷର ଗଙ୍ଗାଧର ମହାପାତ୍ର ସ୍ମୃତି ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ଚଳିତ ବର୍ଷ କୋରାପୁଟ ଜିଲ୍ଲାର ବରିଷ୍ଠ ଓକିଲ ଟି. ନାରାୟଣ ମୂର୍ତ୍ତୀଙ୍କୁ ଗଙ୍ଗାଧର ମହାପାତ୍ର ସ୍ମୃତି ସମ୍ମାନ-୨୦୧୯ ପ୍ରଦାନ କରାଯିବ ବୋଲି ଗଙ୍ଗାଧର ମହାପାତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବରିଷ୍ଠ ଓକିଲ ଦିବ୍ୟସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଶ୍ରୀ ମୂର୍ତ୍ତୀଙ୍କ ନାମ ସର୍ବସମ୍ମତିକ୍ରମେ ସୁପାରିଶ କରିଥିଲେ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ଆଇନ୍ଜ୍ଞ ଗଙ୍ଗାଧର ମହାପାତ୍ରଙ୍କ ୧୦୫ତମ ଜନ୍ମ ଦିନରେ ଏକ ସ୍ୱତନ୍ତ୍ର ଉତ୍ସବରେ ଆସନ୍ତା ୧୪ ତାରିଖ ରବିବାର ଦିନ ବୁଦ୍ଧମନ୍ଦିରଠାରେ ଏହି ସମ୍ମାନ ଶ୍ରୀ ମୂର୍ତ୍ତୀଙ୍କୁ ବରିଷ୍ଠ ଜନନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ପ୍ରଦାନ କରିବେ ବୋଲି ଡଃ ଜ୍ଞାନେନ୍ଦ୍ର ସୂଚନା ଦେଇଛନ୍ତି । ଏହି ସମ୍ମାନ ପୂର୍ବରୁ ବିଶିଷ୍ଟ ଆଇନ୍ଜୀବି ଗୋବିନ୍ଦ ଦାସ, ରଙ୍ଗାଧର ରଥ, ବିପିନ ବିହାରୀ ରଥ, ଭୁପେନ ଚନ୍ଦ୍ର ବୋଷ ପ୍ରମୁଖଙ୍କୁ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ