ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପରିଚୟ ପତ୍ର ପ୍ରଦାନ
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତର ବରିଷ୍ଠ ନାଗରିକ ମାନଙ୍କୁ ନନ୍ଦିପଦା ପୁଲିସ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ମରୈଗାଁ ପଡିଆରେ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଗୋପବନ୍ଧୁ ସୁଆରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ, ମରୈଗାଁ ସରପଞ୍ଚ ସତ୍ୟଭାମା ଜେନା, ସମିତିସଭ୍ୟ କିଶୋର କୁମାର ସୋରେନ, ଶିକ୍ଷାବିତ ନାରାୟଣ ଚନ୍ଦ୍ର ଲେଙ୍କା, ବାର ଆସୋସିଏସନର ସଭାପତି ଦୟାନିଧି ଦାଶ ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ସଭସ୍ୟା ସମ୍ପର୍କରେ ଆଲୋକପାତ କରିବା ସହିତ ଏହି ପରରିଚୟପତ୍ର ଦ୍ୱାରା ସେମାନେ କିପରି ସୁବିଧା ସୁଯୋଗ ପାଇପାରିବେ ତାହା ଉପରେ ଆଲୋକପାତ କରିଥିଲେ । ସମ୍ପାଦକ ବୃନ୍ଦାବନ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ସମ୍ପର୍କରେ ସୁଚନା ଦେଇଥିଲେ । ଉପସଭାପତି ଜଳଧର ମହାପାତ୍ର, କୋଷାଧ୍ୟକ୍ଷ ଗଣେଶ୍ୱର ମହାନ୍ତି, ଯୁଗ୍ମ ସମ୍ପାଦକ ବାଣେଶ୍ୱର ଜେନା, ନକୁଳ ଚରଣ ସାମଲ, ଉପେନ୍ଦ୍ର ଜେନା, ଅନାମ ଜେନା, ନିରଞ୍ଜନ ସା, ନାରାୟଣ ସାହୁ, ଦୈତାରୀ ସାବତ, ବିଶ୍ୱନାଥ ମଲ୍ଲିକ, ସାବିତ୍ରୀ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।