ବରେଶ୍ୱର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ହାଟଡିହିି, (ବିକାଶ ବିଶ୍ୱାଳ):ବରେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରେମକଳା ପଣ୍ଡାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସରୋଜ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଇଓ ଧନେଶ୍ୱର ଖଣ୍ଡେଇ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ମାର୍କଣ୍ଡ ଚନ୍ଦ୍ର ପଣ୍ଡା, ସମ୍ମାନୀତ ଅତିଥି ଭାବେ ଏବିଇଓ ସୁରେଶ କୁମାର ଜେନା, ପଞ୍ଚୁଗୋଛି୍ରଆ ପଞ୍ଚାୟତର ସରପଞ୍ଚ ଦିନେଶ କୁମାର ସେଠୀ, ଶିକ୍ଷାବିତ ମଧୁସୁଦନ କର, ସିଆରସିସି ଆର୍ତ୍ତତ୍ରାଣ ଯେନା ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷୟତ୍ରୀ ପ୍ରେମକଳା ପଣ୍ଡାଙ୍କ କର୍ମମୟ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଆଖପାଖ ଅଞ୍ଚଳର ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ । ଅବସରପ୍ରାପ୍ତ ଶିକ୍ଷକ ଗଙ୍ଗାଧର ପତି, ମକରଧ୍ୱଜ ଓଝା, କାଳନ୍ଦୀ ଚରଣ ସାହୁ, ଶ୍ରୀକାନ୍ତ ସେଠୀ, ଶିକ୍ଷୟତ୍ରୀ ସ୍ୱାତୀସ୍ୱେତା ସାମଲ, ଶିଶିର କୁମାର ସାହୁ, ପ୍ରଶାନ୍ତ କୁମାର କର, କୈଳାଶ ଚନ୍ଦ୍ର ସାହୁ, ଅନ୍ତର୍ଯ୍ୟାମୀ ବିଶ୍ୱାଳ, ବୈକୁଣ୍ଠ କର, ବିଜୟ କୁମାର ରାଉତରାୟ, ନାରାୟଣ କର, ପପୁ କର, ପଦ୍ମନାଭ କର, କୁଳମଣି ମହାନ୍ତି, ସୁଶାନ୍ତ ପାଢ଼ୀ ପୟମୁଖ ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


