ବର୍ଦ୍ଧିତ ବକେୟା ପେନସନ୍ ଅନୁମୋଦନ ପାଇଁ ପାରାଦୀପ ପୋର୍ଟ ଅଫିସ ସଂଘର ନିବେଦନ
ପାରାଦୀପ, (ପୀତବାସ ପ୍ରଧାନ):ପାରାଦୀପ ପୋର୍ଟ ଟ୍ରଷ୍ଟ ଅଫିସର୍ସ ସଂଘ(ପିପିଟିଓପିଏ) ନିକଟରେ ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ପେନସନ୍ ଭୋଗି ଅଧିକାରୀ ମାନଙ୍କର ବକେୟା ବର୍ଦ୍ଧିତ ପେନସନ୍ ଓ ଅନ୍ୟାନ୍ୟ ସୁବିଧା ଅନୁମୋଦନ ନିମନ୍ତେ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏହି ଅନୁରୋଧ ପତ୍ରରେ ସଂଘର ସାଧାରଣ ସଂପାଦକ ଶେଶଦେବ ସାହୁ କହିଛନ୍ତି ଯେ ଜାନୁଆରୀ ୧, ୨୦୧୭ରୁ କାର୍ଯ୍ୟକାରୀ ହେଉଥିବା ପୋର୍ଟ ଆଣ୍ଡ ଡକ୍ ଲେବର ବୋର୍ଡ ପକ୍ଷରୁ ଦ୍ୱିତୀୟ ପଦ୍ଧତି ଅନୁଯାୟୀ ପେନସନ ଦେୟକୁ ଦୃଷ୍ଟିରେ ରଖି ବନ୍ଦର କର୍ତ୍ତୃପକ୍ଷ ନ୍ୟାୟପୂର୍ଣର୍ ଭାବେ ବିଚାର କରିବାକୁ ଅନୁରେଧ କରିଛନ୍ତି । ଜୀବନର ଶେଷ ଅବସ୍ଥାରେ ଅବସର ପ୍ରାପ୍ତ ଅଧିକାରୀ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଯଥାଶିଘ୍ର ଦ୍ୱିତୀୟ ପଦ୍ଧତିରେ ବକେୟା ଅର୍ଥ ପ୍ରଦାନ ପାଇଁ ଆଦେଶ ପ୍ରଦାନ କରିବାକୁ ସାଧାରଣ ସଂପାଦକ ଶ୍ରୀ ସାହୁ ଅନୁରୋଧ କରିଥିବା ଜଣାପଡିଛି ।