ବହଳଦା ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବହଳଦା ଥାନାରେ ଏତେଲା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ଦ୍ବାରା ଚଞ୍ଚକତା କରି କେନ୍ଦ୍ର ସରକାରଙ୍କ ଯୋଜନା ହଡପ କରାଯିବା ଅଭିଯୋଗରେ ପ୍ରଦର୍ଶନ କରିବା ସହିତ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ବହଳାଦା ଥାନାରେ ଏତେଲା ଦାୟର କରାଯାଇଛି ।କେନ୍ଦ୍ର ସରକାର ୨୦୨୨’ ସୁଦ୍ଧା ପ୍ରତ୍ୟକ ଯୋଗ୍ୟ ହିତାଧିକାରୀ’ଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଲକ୍ଷ୍ୟ ରଖି ଲୋକଙ୍କୁ ପକ୍କାଘର ଯୋଗାଇ ଦିଆଯାଉଥିବା ବେଳେ ରାଜ୍ୟ ସରକାର ଚଞ୍ଚକତା କରି ଇନ୍ଦିରା ଆବାସ ଗୃହ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ପକ୍କା ଘର ଗୁଡିକରେ ବିଜୁ ପକ୍କାଘର ର ଷ୍ଟିକର ମାରି ରାଜ୍ୟ ସରକାରଙ୍କ ଯୋଜନାରେ ଗୃହ ଗୁଡିକ ଯୋଗାଇ ଦିଆ ଯାଇଥିବା ଦର୍ଶାଇବାକୁ ଚେଷ୍ଟା କରୁଛନ୍ତି।ରାଜ୍ୟ ସରକାରଙ୍କ ଏପରି ଭାବେ ଯୋଜନା ହଡପ କରାଯିବା ବିରୁଦ୍ଧରେ ବହଳଦା ବିଜେପି ପକ୍ଷରୁ ପ୍ରଦର୍ଶନ କରାଯିବା ସହିତ ବହଳଦା ଥାନାରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ’ଙ୍କ ବିରୁଦ୍ଧରେ ଆଇପିସି ୪୨୦’ଧାରାରେ ମାମଲା ରୁଜୁ କରିବା ସହିତ ମକଦ୍ଦମା ଦାୟର କରିବାକୁ ଦାବି କରିଛନ୍ତି।ପ୍ରଦର୍ଶନ ବେଳେ ବହଳଦା ବ୍ଲକ କାର୍ଯ୍ୟାଳୟ ପରିସରରେ ବିଜୁ ପକ୍କାଘର ଷ୍ଟିକର ଲଗାଯିବାକୁ ହୋଇଥିବା ଚିଠି ପୋଡିବା ସହିତ ବହଳଦା ସମ୍ମୁଖରେ ସମବାୟ ସମିତି ଲ୍ୟାମ୍ପସ ରେ ଚାଷିଙ୍କ ଠାରୁ ଧାନ କିଣା ଯାଉଥିବା ବେଳେ କ୍ବିଣ୍ଟାଲ ପ୍ରତି ୧୮୬୮’ ଟଙ୍କା ଦର ଠାରୁ କମ୍ ଦିଆଯାଉଥିବା ଓ ପ୍ରତି କ୍ବିଣ୍ଟାଲରେ ୮’ ପ୍ରତିଶତ ଧାନ କଟା ଯାଉଥିବା ବିରୁଦ୍ଧରେ ସମବାୟ ଲ୍ୟାମ୍ପସ କାର୍ଯାଳୟ ସମ୍ମୁଖରେ ପ୍ରଦିବାଦ କରିଥିଲେ ଏବଂ ଉଚିତ ମୂଲ୍ୟ ପ୍ରଦାନ କରାଯିବା ସହିତ ବିନା କାଟଛାଣ୍ଟରେ ଧାନ କିଣାଯିବାକୁ ଦାବି ରଖି ପ୍ରଦର୍ଶନ କରିଥିଲେ।ବିରୋଧ ପ୍ରଦର୍ଶନ ଓ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ’ଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଶ୍ରୀକାନ୍ତ ମହାନ୍ତ ଓ ମାଧବ ମହାପାତ୍ର,୨୫’ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ କମଳାକାନ୍ତ ନାୟକ,୨୬’ନଂ ଜିଲ୍ଲା ପରିଷଦ ସଦସ୍ୟ ସୁନୀଲ କୁମାର ମହାନ୍ତ,ବିଧାୟକ ପ୍ରତିନିଧି ହୀରନ ବସା,ବରିଷ୍ଠ କାର୍ଯ୍ୟକର୍ତ୍ତା ସୁଦର୍ଶନ ବସା,ବଂଶୀଧର ମହାକୁଡ,ଜୟନ୍ତ ମହାପାତ୍ର,ବିଜୁ ସାହୁ,ବ୍ଲକ୍ ସାଧାରଣ ସଂପାଦକ ବୁଲା ପଣ୍ଡା,ମଙ୍ଗଳୁ ଲୋହାର,ମୋନଜ ବସା,ଟୁଲୁ ସାହୁ,ରଜତ କୁମାର ମହାନ୍ତ,ମୋହିତ କୁମାର ମହାନ୍ତ,ଶଙ୍କର ମଣ୍ଡଳ,ଘାଷିରାମ ପାତ୍ର,ମୋତିଲାଲ ମହାନ୍ତ,ଗଗନ ବିହାରୀ,ସମ୍ପଦ ମହାନ୍ତି,ମଣ୍ଟୁ ସାମନ୍ତରାୟ,ସୁଧିର ମହାନ୍ତ,ବସନ୍ତ ମଣ୍ଡଳ,ସୁଧନ୍ୟା ପରାମାଣିକ,ଅଜିତ ମହାନ୍ତ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।


