ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  :ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ରେ ଗୁରୁବାର  ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ “ଛାତ୍ରୀ ଆତ୍ମରକ୍ଷା ତାଲିମ୍ ଶିବିର ” ଉଦଯାପିତ ହୋଇଯାଇଛି ।  ମୁଖ୍ୟ ଅତିଥି ଭାବେ ଆଇନଜୀବି  ହରପ୍ରସାଦ ରଥ, ସମ୍ମାନିତ ଅତିଥି ଭାବେ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଜେନାମଣି ସାହୁ, ଆଇନଜୀବି ମଞ୍ଜୁଳା ଲେଙ୍କା,କାର୍ଯ୍ୟକ୍ରମ ସଂଯୋଜିକା ରଶ୍ମିତା କୁମାରୀ ମେକାପ , କଲେଜ ଆଇକ୍ଯୁଏସି ସଂଯୋଜକ ଅଧ୍ୟାପକ କାହ୍ନୁ ପାଢ଼ୀ,ଭାରତ ସ୍କାଉଟ ଏବଂ ଗାଇଡ୍ ପ୍ରଶିକ୍ଷିକା ଅଧ୍ୟାପିକା କୁମାରୀ ପ୍ରିୟଦର୍ଶିନୀ ପ୍ରଧାନ, ଯୁବ ରେଡକ୍ରସ୍ ଉପଦେଷ୍ଟା ଅଧ୍ୟାପକ ରଞ୍ଜନ ଗୌଡ଼, ଶକ୍ତିଶ୍ରୀ କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ସସ୍ମିତା କୁମାରୀ ପ୍ରଧାନ, ଗୁରୁବାରୀ ବେହେରା, ଅଧ୍ୟାପକ ଟୁନା ବେହେରା ଏବଂ ଆତ୍ମ ସୁରକ୍ଷା ତାଲିମ୍ ପ୍ରଶିକ୍ଷିକା ରାକ୍ଷୀ କୁମାରୀ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ଶିବିରର ପ୍ରଶିକ୍ଷଣ ନେଇଥିବା ସମସ୍ତ ଛାତ୍ରୀ ଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ କଲେଜର ସମସ୍ତ ଅଧ୍ୟାପିକା ଅଧ୍ୟାପକ ଏବଂ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ