ବାଇକଧକ୍କାରେ ଶିକ୍ଷାବିତ ନାରାୟଣ ପଣ୍ଡାଙ୍କ ମୃତ୍ୟୁ

ହାଟଡ଼ିହି, : ବଞ୍ଚୋଛକରୁ ବଞ୍ଚୋ ଗାଁକୁ ଯାଇଥିବା ରାସ୍ତାରେ ବାଇକ ଧକ୍କାରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ନାରାୟଣ ପଣ୍ଡା କଣ୍ଟିପାଳ ହାଇସ୍କୁଲରେ ଶିକ୍ଷକତା କରି ଅବସର ନେବାପରେ ବଞ୍ଚୋ ଛକ ନିକଟରେ ଘରକରି ସପରିବାରରହି ଆସୁଥିଲେ । ଆଜି ଦିନ ୧୨ଟାବେଳେ ସେ ସାଇକେଲ ଧରି ବଞ୍ଚୋଛକକୁ ଏକ ପୂଜା କରିବାପାଇଁ ଆସୁଥିବାବେଳେ ବାଇକ ଧରି ଦ୍ରୁତଗତିରେ ଯାଉଥିବା ସେହି ଗ୍ରାମର ଜଣେ ଯୁବକ ତାଙ୍କୁ ଧକ୍କା ଦେଇଥିଲା । ନାରାୟଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାସହ ପ୍ରଚୁର ରକ୍ତଶ୍ରାବ ଘଟିଥିଲା । ତାଙ୍କୁ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଯାଇ ଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଆନନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ଶିକ୍ଷାବିତ ନାରାୟଣ ପଣ୍ଡାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ