ବାଇକ ଲୁଟେରା ଗ୍ୟାଙ୍ଗକୁ ଗୋଡାଇ ଗୋଡାଇ ଧରିଲା ଟାଉନଥାନା ପୁଲିସ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ଆଡହୁରିଆ ଓ ଯଶୋବନନ୍ତପୁର ଗ୍ରାମରେ ଏକ ବାଇକ ଲୁଟେରା ଗ୍ୟାଙ୍ଗ ୨ଜଣ ସଦସ୍ୟଙ୍କୁ କେନ୍ଦୁଝର ଟାଉନଥାନା ପୁଲିସ ଗୋଡାଇ ଗୋଡାଇ ଧରିଥିବାବେଳେ ଆଉ ଦୁଇଜଣ ଫେରାର ହେବାରେ ସକ୍ଷମ ହୋଇଯାଇଛନ୍ତି ।  ଆଜି ବଡି ଭୋର ସମୟରେ କେନ୍ଦୁଝର ଟାଉନ ନା ପୁଲିସ ଆନନ୍ଦପୁର ଓ ନନ୍ଦିପଦା ପୁଲିସ ସହଯୋଗରେ ଆଡହୁରିଆ ଓ ଯଶୋବନ୍ତପୁର ଗ୍ରାମରେ ଚଢ଼ାଉ କରି ଏକାଧିକ ଚୋରା ବୁଲେଟ ଜବଦ କରିବାରେ ସଫଳ ହୋଇଥିଲା । ପୁଲିସର ଚଢ଼ାଉ ସମ୍ପର୍କରେ ଜାଣିପାରି ୨ଜଣ ଲୁଟେରା ଫେରାର ହୋଇଯିବାରେ ସଫଳ ହୋଇଥିଲେ । ଜଣେ ଲୁଟେରାକୁ ତାଙ୍କ ଘରୁ ପୁଲିସ ଧରିଥିବାବେଳେ ଅନ୍ୟ ଜଣେ ଲୁଟେରାକୁ ବିଲ ଭିତରେ ଗୋଡାଇ ଗୋଡାଇ ଦୀର୍ଘ ସମୟପରେ ଧରିବାରେ ସଫଳ ହୋଇଥିଲା । ଏ ସମ୍ପର୍କରେ ଟାଉନଥାନା ପୁଲିସକୁ ପଚାରିବାରେ ଅନେକ ବାଇକ ଜବଦ ହୋଇଛି, ଅନେକ ଧରା ହୋଇଛନ୍ତି ବୋଲି କହିବା ସହ  ତଦନ୍ତ ଚାଲୁଥିବାରୁ  ଅଧିକ ସୁଚନା ଦେବାକୁ ମନା କରିଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ